ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଡୋଲ ସିମେଣ୍ଟ ନଗର ସ୍ଥିତ ସାଧନା ମନ୍ଦିର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାରର ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ମୁଖ୍ୟ ଉଦ୍ୟୋକ୍ତା ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଛାତ୍ରଛାତ୍ରୀମାନେ ପୁସ୍ତକ ପବନର ଉପକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ନୂଆ ବହିଟିଏ ହାତରେ ଧରି ତା’ର ବାସ୍ନାରେ ପାଠକଟିଏ ବିଭୋର ହୋଇଯାଏ । ଯାହାକି ବର୍ତ୍ତମାନର ଇ-ବୁକରୁ ମିଳିନଥାଏ । ସେହି ବହିକୁ ପିଲାଙ୍କ ପାଖରେ ପହଞ୍ଚାଇବାକୁ ଏହି ପାଠାଗାରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଥିଲା । ବୈଠକରେ ପଣ୍ଡିତ ଗୋପବନ୍ଧୁ ପୁରୋହିତ, ଶିକ୍ଷାବିତ ରମେଶ ସାହୁ, ସ୍କୁଲ ଅଧ୍ୟକ୍ଷ ପ୍ରଫୁଲ୍ଲ ଲେଙ୍କା ପାଠ୍ୟପୁସ୍ତକ ଏବଂ ପାଠାଗାର ସଂପର୍କରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.