oom

ବିଦ୍ୟୁତ୍ ଆଘାତରେ ୭ ବର୍ଷର ଶିଶୁକନ୍ୟା ମୃତ

jsmm

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଭେଜିଡ଼ିହ ଗାଁରେ ଅଘଟ । ବିଦ୍ୟୁତ୍ ଆଘାତରେ ୭ବର୍ଷର ଶିଶୁକନ୍ୟାର ମୃତ୍ୟୁ । ମୃତ ଶିଶୁ କନ୍ୟା ଜଣଙ୍କ ହେଲେ ପ୍ରଦୀପ ନାଏକଙ୍କ ଝିଅ ସାଲେନି ନାଏକ । ସୂଚନାନୁଯାୟୀ, ଭେଜିଡ଼ିହ ଗାଁର ପ୍ରଦୀପ ନାଏକଙ୍କ ୭ବର୍ଷର ଝିଅ ସାଲୋନୀ ନାଏକ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପଡୋଶୀ ଦୁଃଖୀ ନାଏକ ପୋଟଳ ଚାଷ କରିବା ପାଇଁ ହୁକ ପକାଇ ନେଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଗଡିଆ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

jittmm
Leave A Reply

Your email address will not be published.