କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ ପାଳନ କଲେ ଦ ନୀଲମ ଫାଉଣ୍ଡେସନର ସଦସ୍ୟମାନେ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସେକ୍ଟର ୨୦ରେ ଶିଶୁ ଦିବସ ପାଳନ କଲେ ଦ ନୀଲମ ଫାଉଣ୍ଡେସନର ସଦସ୍ୟ ମାନେ । ଦ ନୀଲମ ଫାଉଣ୍ଡେସନର ସଦସ୍ୟମାନେ ଶିଶୁ ଦିବସ ବହୁ ଆଡମ୍ୱରରେ ପାଳନ କଲେ । ସେକ୍ଟର ୨୦ ସ୍ଥିତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲରେ ପ୍ରାୟ ୧୦୦ ପାଖାପାଖି ପିଲାମାନଙ୍କ ମଧ୍ୟରେ ଡ୍ରଇଁ ଓ ଡିବେଟ ପ୍ରତିାଯାଗିତା ହୋଇଥିଲା । ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପିଲାମାନଙ୍କର ସୁବିଧା ଅସୁବିଧା ଉପରେ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରତିମା ସାହୁ ଏକ ଆଲୋକପାତ କରିଥିଲେ । ସ୍କୁଲ୍ ଲାଇବ୍ରେରୀକୁ ଫାଉଣ୍ଡେସନ ତରଫରୁ ବହୁ ମୂଲ୍ୟବାନ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ କୁନି କୁନି ପିଲାମାନଙ୍କୁ ମୂଲ୍ୟବାନ ବାର୍ତ୍ତା ଦେଇଥିଲେ ଫାଉଣ୍ଡେସନର ସଦସ୍ୟ ପ୍ରେସିଡେଣ୍ଟ ପ୍ରତିମା ସାହୁ, ଭାଇସ ପ୍ରେସିଡେଣ୍ଟ ଗ୍ରିସୀ ଡେଭିଡ, ନରେନ୍ଦ୍ର କଲା, ଲକ୍ଷ୍ମୀ ଅଭିଚାନ୍ଦିନି, ଏମ୍‌ ଭି ଦୀପକ କୁମାର ଓ ବିଜୟ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମଟିକୁ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ ସଫଳ ଭାବେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.