ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଶିଶୁ ଦିବସ ପାଳନ ଅବସରରେ ଜୋତା ଓ ଶୀତବସ୍ତ୍ର ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ଆଜି ପବିତ୍ର ଶିଶୁ ଦିବସ ଅବସରରେ ତଳସାଗରପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଜୟନ୍ତୀ ନଗର ଅଙ୍ଗନୱାଡ଼ିକେନ୍ଦ୍ର ତରଫରୁ ତଳସାଗରପଡ଼ା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ ଅବସରରେ ଜୋତା ଓ ଶୀତବସ୍ତ୍ର ବଂଟନ କରାଯାଇଛି । ପ୍ରାରମ୍ଭରେ ଚାଚା ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ପରେ ଅତିଥି ଶିକ୍ଷକ କୁବେର ମହାଖୁଡ଼ ଆଜିର ଦିବସର ମହତ୍ୱ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ତଳସାଗରପଡ଼ା ଅଙ୍ଗନୱାଡ଼ି କର୍ମୀ ହୀରାବତୀ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଯାଂଚ କମିଟିର ସଭାପତି ରାଜକିଶୋର ସେଠୀ, ୱାର୍ଡ ସଭ୍ୟ କ୍ଷମାନିଧି ବେହେରା ଏବଂ ଆରତୀ ସେଠୀ ଯୋଗଦେଇ ଉଭୟ କେନ୍ଦ୍ରର ଶିଶୁମାନଙ୍କୁ ଜୋତା ଏବଂ ସିଉଟର ବଣ୍ଟନ କରିଥିଲେ । ଜୟନ୍ତୀନଗରପଡ଼ା ଅଙ୍ଗନୱାଡ଼ି କର୍ମୀ ପଦ୍ମିନୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହାୟିକା ଯଶୋଦା ଘିଭେଲା ଏବଂ ମୁକ୍ତା ମାଝୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଜିର ଏହି ପବିତ୍ର ଶିଶୁ ଦିବସରେ ଶିଶୁମାନେ ନୂଆ ଶୀତବସ୍ତ୍ର ଏବଂ ଜୋତା ପାଇଥିବାରୁ ଖୁସି ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ ଗାଇଡ଼ ଲାଇନର ପାଳନ ପୂର୍ବକ ସମାପନ ହେଇଥିଲା । ଠିକ ସେହିପରି ଆଜି ମ.ରାମପୁର ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.