jayashree

ପାଞ୍ଚ ଅନାଥ ଶିଶୁଙ୍କୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ୟୁନିଟ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅର୍ନ୍ତଗତ ନାନ୍ଦୂଲ୍ ଗାଁରେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ । ଏହି ଗାଁର ପାଞ୍ଚ ଭାଇ ଭଉଣୀ ଦୀପାଞ୍ଜଳି ଭୋଇ(୨୨), ସିଦ୍ଧାର୍ଥ ଭୋଇ(୨୦), ନରେଶ ଭୋଇ(୧୭), ଶଶିକାନ୍ତ ଭୋଇ (୧୬), ପୂଜା ଭୋଇ(୧୪) ବାପା ମା’ଙ୍କୁ ହରାଇ ବହୁ ଦୁଃଖ କଷ୍ଟରେ ଚଲୁଥିବାର ସୂଚନା ପାଇ ଆମ ଏରିଆ ଖବର ପ୍ରତିନିଧି ଧୀରେନ୍ଦ୍ର ସୁନାନି ତାଙ୍କ ଘରକୁ ଯାଇଥିଲେ । ଏହି ସମସ୍ୟାକୁ ଯୁବ ସମାଜ ସେବୀ ତଥା (ଖୁସି ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ) ଯଶୋବନ୍ତ ରଣାଙ୍କୁ ଜଣାଇଲା ପରେ । ଆମ ପ୍ରତିନିଧି ସହ ଅନାଥ ଶିଶୁ ମାନଙ୍କ ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏହି ସମସ୍ୟା ଏରିଆ ଖବରରେ ପ୍ରସାରିତ ହେବା ପରେ ଯୁବ ସମାଜ ସେବୀ ଯଶୋବନ୍ତ ରଣା ମୋ ସରକାର, କଳାହାଣ୍ଡି ଜିଲ୍ଲାପାଳ ପଞ୍ଚାୟତ ସମିତି ଜୁନାଗଡ଼ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ପ୍ରଭାବରେ ୧୨ ଘଣ୍ଟା ଭିତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ସୁଧାଂଶୁ ଶେଖର ମହାପାତ୍ର ଏବଂ ଗୁଲାମ୍ ଅବିବୁଲା ଖାନ ପହଞ୍ଚି ଏହାର ତଦାରଖ କରିଥିଲେ । ଏହି ସମୟରେ ଗାଁର ଭଦ୍ରବ୍ୟକ୍ତି ପଡେ଼ାଶୀ ଏବଂ ଏନ୍‌ୱାଇକେଏସ୍‌ ସ୍ଵେଚ୍ଛା ସେବୀ ମମତା ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଓ ତାଙ୍କ ବଡ଼ ଭଉଣୀ ରାଜି ହେବାରୁ ଶଶିକାନ୍ତ ଭୋଇ, ପୂଜା ଭୋଇଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ସ୍ଥିର କରାଗଲା ସେହିପରି ସିଦ୍ଧାର୍ଥ ଭୋଇଙ୍କୁ ଆଇଟିଆଇରେ ଆଡ଼ମିଶନ କରିଦେବା ପାଇଁ ପ୍ରତିଶ୍ରୁତି ଦେଲେ । ଯେହେତୁ ଘରର ଅବସ୍ଥା ଠିକ୍ ନଥିବାରୁ ତାଙ୍କୁ ଘର ଦେବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଲେ । ଏହି ଖବରକୁ ଲୋକଲୋଚନକୁ ଆଣି ସହାୟତାର ହାତ ବଢ଼ାଇଥିବାରୁ ଏରିଆ ଖବର ପ୍ରତିନିଧି ଧୀରେନ୍ଦ୍ର ସୁନାନି, ଯଶୋବନ୍ତ ରଣା, ଏନ୍‌ୱାଇକେଏସ୍‌ ସ୍ଵେଛାସେବୀ ମମତା ପ୍ରଧାନ ଏବଂ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାଙ୍କୁ ଗ୍ରାମବାସୀ ଏବଂ ପାଞ୍ଚ ଭାଇ ଭଉଣୀ ପ୍ରଶଂସା କରି ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.