oom

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ସମ୍ମିଳନୀ କକ୍ଷଠାରେ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଶଙ୍କର କେରକେଟା, ସିଡିପିଓ ଜ୍ୟୋତିର୍ମୟୀ ନାଏକ, ଏବିଇଓ ଆଦିତ୍ୟ କୁମାର ବନଛୋର, ଜିପିଇଓ ସୋଭାଗ୍ୟ ପଧାନ, ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି ତଥା ସ୍ଥାନୀୟ ଡାକ୍ତରଖାନାର ଆକାଂକ୍ଷା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁମାନଙ୍କ ଅଧିକାର ଉପରେ ଏକ ଶପଥ ପାଠ କରାଯାଇଥିଲା । ଜନସାଧାରଣ ସଚେତନ ହୋଇ ଶିଶୁମାନଙ୍କ କ୍ଷେତ୍ରରେ ବାଲ୍ୟ ବିବାହ ନିଷେଧ କରିବା, ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା, ଶିଶୁ ବିରୁଦ୍ଧରେ ଘଟୁଥିବା ଯୌନ ଅପରାଧକୁ ଦମନ କରିବା ତଥା ସେମାନଙ୍କ ଅଧିକାର ଗୁଡିକୁ ଦୃଢ଼ ରହିବା ପାଇଁ ସଚେତନ କରିବା ଉପରେ ମଞ୍ଚାସୀନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଙ୍ଗନୱାଡି କର୍ମୀଙ୍କ ସମେତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ନିଗ୍ଧାରାଣୀ ବାରିକ, ପଲ୍ଲୀ ଆଲୋକ ପାଠାଗାରର ପ୍ରହଲ୍ଲାଦ ପଧାନ, ପିଣ୍ଟୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.