om academy

ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷା ମଧୁସ୍ମିତା ସେନ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ପ୍ରାକ୍ତନ ସଭାପତି ରୋଟାରୀଆନ ବିଶ୍ୱଜିତ ପତି ମୁଖ୍ୟଅତିଥି ଓ ରୋଟାରୀଆନ ରବି ଦାସ ମୁଖ୍ୟବକ୍ତା ରୂପେ ଯୋଗଦେଇ ଶିଶୁ ଦିବସ ପାଳନର ଯଥାର୍ଥତା ଓ ପଣ୍ଡିତ ନେହେରୁଙ୍କ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇଥିବା ଶିଶୁମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅଧ୍ୟକ୍ଷା ସୁସ୍ମିତା ପଣ୍ଡିତଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିବା ସହ ଅଭିଭାବକମାନଙ୍କୁ ଉପଦେଶ ଛଳରେ ମହାପୁରୁଷଙ୍କ ଆଦର୍ଶରେ ଶିଶୁମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଅନୁରୋଧ କରିଥିଲେ । ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ସେନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.