jayashree

ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଶେଖ ବଜାର ଆଦୃତା ଶିଶୁ ସେବା ସଦନରେ ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ପ୍ରଫେସର ଡକ୍ଟର କୁଳମଣି ନାୟକ ମୁଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ କରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୀତା ବିଶ୍ୱବାସୀଙ୍କୁ ସର୍ବାଧିକ ପ୍ରଭାବିତ କରିଥିବା ଧର୍ମଗ୍ରନ୍ଥ ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତାଭାବେ ପ୍ରଧ୍ୟାପିକା ଡ଼କ୍ଟର ବିଦ୍ୟୁତ ପ୍ରଭା ମିଶ୍ର ଗୀତା ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ବକ୍ତାଭାବେ ପଣ୍ଡିତ ନୀଳକଣ୍ଠ ରାଉତ, ପଣ୍ଡିତ ପ୍ରଦୀପ୍ତ ମହାପାତ୍ର, ଡ଼କ୍ଟର ଅଭାରାଣୀ ବଳ ଯୋଗଦେଇ ଗୀତାର ଆଧ୍ୟାତ୍ମିକ ସାରତତ୍ତ୍ଵକୁ ସରଳ ଭାବେ ବ୍ୟାଖ୍ୟା କରିଥିଲେ । ସାହିତ୍ୟିକା ସୁରଭି ଦ୍ୱିବେଦୀ ମଞ୍ଚ ପରିଚାଳନା କରିଥିଲେ । କବିମାନେ ଗୀତାର ଉପାଦେୟତା ସମ୍ପର୍କିତ କବିତା ପାଠ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ.ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶହେରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଗୀତାର ଶୁଦ୍ଧ ଉଚ୍ଚାରଣ ପାଇଁ ଗୀତା ଜ୍ଞାନାମୃତ ପ୍ରତିଭା ପୁରସ୍କାର ଏବଂ ପଚାଶରୁ ଅଧିକ ସାରସ୍ୱତ ସ୍ରଷ୍ଟାମାନଙ୍କୁ ଗୀତା ଜ୍ଞାନାଲୋକ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ସାଇ ରୁଦ୍ରେଶ ପ୍ରଧାନ, ଶୁଭଙ୍କର ମିଶ୍ର ଗୀତାର ପଞ୍ଚମ ଅଧ୍ୟାୟ ଏବଂ ପ୍ରଥମ ଅଧ୍ୟାୟ ଶୁଦ୍ଧଭାବେ ଗାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନାତନ ବେଦ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ଵାରା “ଗୀତା ଗୀତିକା” କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ଦେଢ଼ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏବଂ ସାରସ୍ୱତ ସ୍ରଷ୍ଟାମାନଙ୍କୁ ଗୀତା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜନ ରଞ୍ଜନ ପ୍ରଧାନ, ଗଗନ ବିହାରୀ ପ୍ରଧାନ, ଝୁମୁରି ସାହୁ, ଅପରାଜିତା ପରିଡ଼ା, ଉତ୍କଳିନୀ ରାଉତ, ଛବିରାମ ସେଠୀ, ସୁରେନ୍ଦ୍ର ମହାପାତ୍ର, ଅଶୋକ ନାୟକ, ଅପର୍ତ୍ତି ସେଠୀ, ମୋନାଲିସା ସିଂହ, ବିଜୟା ପାଇଟଲ, ସୁକାନ୍ତି ମହାନ୍ତି, ଭଗବତୀ ଖଟୁଆ, ଅମିତା ମହାନ୍ତି ଶେଷ ପର୍ଯ୍ୟନ୍ତ ରହି ସାହାଯ୍ୟ କରିଥିଲେ । ପ୍ୟାରୀମୋହନ ଏକାଡେମୀର ପ୍ରଧାନ ଶିକ୍ଷକ ସୁଭବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା ।

Leave A Reply

Your email address will not be published.