oom

ଖୋଲାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ବିଶିଷ୍ଟ ଅତିଥି ଭାବେ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ବ୍ୟଙ୍ଗ କୋଶଲି କବି ଟିକେଲାଲ ବେହେରା, ସମ୍ମାନିତ ଅତିଥି ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ଷଡଙ୍ଗୀ, ଶ୍ୟାମସୁନ୍ଦର ମହାପାତ୍ର(ସଂକୁଳ ସଂଯୋଜକ), ବିଦ୍ୟାଳୟ ସଭାପତି ଅଲେଖ ନାୟକ, ସମ୍ପାଦକ କେଶବ ଆଡ଼ଜୁଆଡ଼ ଯୋଗଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ପଣ୍ଡା ବାର୍ଷିକ ବିବରଣୀ ପଠନ ଓ ଆଚାର୍ଯ୍ୟ ଜଗବନ୍ଧୁ ଆଡ଼ଜୁଆଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଚାର୍ଯ୍ୟ ରକ୍ଷାବନ୍ତ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.