oom

ଇଂରାଜୀ ଅଧ୍ୟାପକ ଶିଶିର ସାହୁ ରାଷ୍ଟ୍ରୀୟ ସଂସ୍କୃତ ମହାସମ୍ମେଳନରେ ସମ୍ମାନିତ

jsmm

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବାସିନ୍ଦା ତଥା ସାନଚେର ଗାଁର ଆଞ୍ଚଳିକ ବସ୍ତ୍ରରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ବିଭାଗରର ଅଧ୍ୟାପକ ଶିଶିର କୁମାର ସାହୁ, ଲୋକ ଭାଷା ପ୍ରଚାର ସମିତି ଦ୍ଵାରା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର, ପୁରୀରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ରାଷ୍ଟ୍ରୀୟ ସଂସ୍କୃତ ମହା ସମ୍ମେଳନରେ ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଉକ୍ତ ମହାସମ୍ମେଳନର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ, ପ୍ରଖ୍ୟାତ ନ୍ୟୁରୋଲୋଜିଷ୍ଟ ଓ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ଅଶୋକ କୁମାର ମହାପାତ୍ର, ସଭାର ସଭାପତି ଭାବରେ ଡ଼ ସଦାନନ୍ଦ ଦୀକ୍ଷିତ ଏବଂ ହୃଷୀକେଶ ସ୍ଥିତ ଦିବ୍ୟଜୀବନ ସଂଘର ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଯୋଗ ଦେଇଥିଲେ । ଭାରତର ବିଭିନ୍ନ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟର ଅଧ୍ୟାପକଙ୍କ ଉପସ୍ଥିତିରେ ପ୍ରଫେସର ଜୟ ଶଙ୍କର ଝାଙ୍କ ଦ୍ଵାରା ଅଧ୍ୟାପକ ଶ୍ରୀ ସାହୁଙ୍କୁ ଉପଢୌକନ ଓ ଜଗନ୍ନାଥଙ୍କ ଚିତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଇଂରାଜୀ ଅଧ୍ୟାପକ ହୋଇ ସୁଦ୍ଧା ସଂସ୍କୃତ ସାହିତ୍ୟ ପ୍ରତି ତାଙ୍କର ଅନୁରକ୍ତି, ଜିଜ୍ଞାସାକୁ ସମସ୍ତ ଜ୍ଞାନୀ ଗୁଣୀ ପ୍ରଶଂସା କରିଥିଲେ । ଶ୍ରୀ ସାହୁ ମ. ରାମପୁରର ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁଙ୍କ ବଡ ଭାଇ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.