ମାଲକାନଗିରି ସୀମାରେ ମାଓବାଦୀ ଆକ୍ରମଣ

ମାଲକାନଗିରି : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ । ମାଓବାଦୀଙ୍କ ଗୁଳିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ଜଙ୍ଗଲରେ ଆଜି ସକାଳେ ଜାଗରକୋଣ୍ଡା ସିଆର୍‌ପିଏଫ୍‌ କ୍ୟାମ୍ପର ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ । କ୍ୟାମ୍ପଠାରୁ କିଛି ଦୂରରେ ପୁର୍ବରୁ ଆମ୍ବୁସ ପକାଇ ବସିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ସହିଦ ସିଆର୍‌ପିଏଫ୍‌ ଯବାନଙ୍କ ନାଁ ସୁଧାକର ରେଡ୍ଡୀ । ଗୁରୁତର ଯବାନ ହେଲେ ରାମ୍ମୁ । ଯବାନମାନେ ୪ ସନ୍ଦିଗ୍ଧ ମାଓବାଦୀଙ୍କୁ କାବୁ କରିଥିଲେ ।

Leave A Reply

Your email address will not be published.