ସିଲଭର ବଟନ ହାସଲ କଲେ ସମୀର

ସଇଁନ୍ତଲା, (ଅଜିତ କୁମାର ସାହୁ) : କଠିନ ପରିଶ୍ରମ ନିଶ୍ଚୟ ଫଳ ଆଣେ । ପଶ୍ଚିମ ଓଡ଼ିଶାର ବିଖ୍ୟାତ କଳାକାର ସମୀର କୁମାର ବେହେରାଙ୍କ ୟୁଟ୍ୟୁବ ଚେନାଲ୍ ଏକ ଲକ୍ଷରୁ ଅଧିକ ଗ୍ରାହକ ପାର ହେଇ ସାରିଛି । ଏଣୁ ସିଲଭର ବଟନ୍ ତାଙ୍କୁ ମିଳିଛି । ପଶ୍ଚିମ ଓଡ଼ିଶାରେ ପୁଣି ଏକ ୟୁଟ୍ୟୁବ ଚେନାଲ ଆଗେଇ ଚାଲିଛି । ହଜାର ହଜାର ସୁପର୍ ହିଟ୍‌ ଗୀତ ଦେଇଥିବା ସମୀର କୁମାର ବେହେରାଙ୍କ କଠିନ ପରିଶ୍ରମ ଆଜି ଫଳ ଆଣିଛି । ଆଗକୁ ଆହୁରି ସୁପରହିଟ ଗୀତ ଭେଟି ଦେଇ ସମଲପୁରି କଳା ଓ ସଂସ୍କୃତିକୁ ବିଶ୍ଵ ଦରବାରକୁ ନେବେ ବୋଲି ସମୀର କୁମାର ବେହେରା କହିଛନ୍ତି ।

Leave A Reply

Your email address will not be published.