ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଣେ ଶିକ୍ଷକଙ୍କୁ କ୍ରାଇମବ୍ରାଞ୍ଚ ଦ୍ୱାରା ଅଟକ

ମୁନିଗୁଡା, (ରମାକାନ୍ତ ପଡାଲ) : ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କ୍ରାଇମବ୍ରାଞ୍ଚର ଏକ ମାମଲାରେ ତାଙ୍କୁ ପୋଲିସ ଉଠାଇ ନେଇଥିବା କୁହାଯାଉଛି । ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଏହି ମାମଲାରେ ବିଜୟଙ୍କ ହାତ ଥିବା ନେଇ ସନ୍ଦେହରେ ଏହି ଘଟଣା ଘଟିଛି ବୋଲି ଆଲୋଚନା ଚାଲିଛି । ବିଜୟ ରାୟଗଡ଼ା ଜିଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ମଙ୍ଗଳବାର ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ନେଇଥିବା ବିଶସ୍ତ ସୂତ୍ରରୁ ଜଣାପଡିଛି । ତେବେ ଖବର ଲେଖାଯିବା ସୁଦ୍ଧା କେଉଁ କାରଣରୁ ତାଙ୍କୁ ଉଠାଇ ନେଇଛି ପୋଲିସ ତାହା ସ୍ପଷ୍ଟ କରିନାହିଁ ।

jittmm
Leave A Reply

Your email address will not be published.