ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ଜିଲ୍ଲା ଅନ୍ତର୍ଗତ ଖୋଲାନ କ୍ଳଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଇଁଲାଭଟାର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାର ଅବସର ଗ୍ରହଣ ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସିଆରସିସି ଚୈତନ୍ୟ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଏବିଇଓ କୋଦଣ୍ଡ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶିକ୍ଷକ ଦିଗାମ୍ବର ବେହେରା, ଶିକ୍ଷୟିତ୍ରୀ ସବିତା ପଣ୍ଡା ଯୋଗ ଦେଇଥିଲେ । ଶ୍ରୀ କୁମ୍ଭାର ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଜ୍ୟପାଳ ପୁରସ୍କାର ପାଇଥିବା ବେଳେ ସାହିତ୍ୟ କଳା କ୍ଷେତ୍ରରେ ଅନେକ ଅନଷ୍ଠାନରୁ ପୁରସ୍କୃତ ହୋଇଛନ୍ତି । ଶ୍ରୀ କୁମ୍ଭାର ଜଣେ ସାହିତ୍ୟିକ ଭାବରେ ତାଙ୍କର ଲେଖା ଗୁଡିକ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଛି ଏବଂ ଅଦ୍ୟାବଧି ୨୩ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ସେ ଜଣେ ପରପୋକାରୀ, ଧର୍ମପରାୟଣ ବ୍ୟକ୍ତି ଭାବରେ ନିଜକୁ ମହିମା ଧର୍ମରେ ସମର୍ପିତ କରିଛନ୍ତି । ପିଲାମାନଙ୍କ ପଠନ ଦକ୍ଷତା ବୃଦ୍ଧି ନିମନ୍ତେ ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ଗାଁ ଗାଁ ବୁଲି ପିଲାମାନଙ୍କୁ ପତ୍ର ପତ୍ରିକା ଯୋଗାଇ ଆସୁଛନ୍ତି । ତାଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ, ଆଦର୍ଶ ଶିକ୍ଷକ ଅବସର ଗ୍ରହଣ କରିଥିବାରୁ ତାଙ୍କ ଶୂନ୍ୟସ୍ଥାନ କେହି ମଧ୍ୟ ପୁରଣ କରି ପାରିବେ ନାହିଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପରିଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶ୍ରୀ କୁମ୍ଭାରଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ ।
Next Post