ଛାତ୍ରଛାତ୍ରୀଙ୍କ ଘରେ ଶିକ୍ଷା ପ୍ରଶାସକ

ବରଗଡ଼, (ନିରୋଜ କୁମାର ପାଣୀ) : ଅଧାରୁ ବିଦ୍ୟାଳୟ ଛାଡିଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ଫେରେଇ ଆଣିବାକୁ ପ୍ରୟାସ କରି ଆଜି ବରଗଡ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସେବାଶ୍ରୀ ଭୋଇ ପହଞ୍ଚିଥିଲେ ଏସ୍‌ ଦୁମେରପାଲିର ସୌଦାମିନୀ ସାହୁ ଓ ଭୋଜରାଜ ସାହୁଙ୍କ ଭିନ୍ନକ୍ଷମ ଝିଅ ଲିବ୍ୟା ସାହୁ ଘରେ । ପିତା ମାତା ସହିତ କଥା ହୋଇ ଶିକ୍ଷା ଚାଲୁ ରଖିବା ପାଇଁ ପ୍ରବର୍ତ୍ତାଇ ଥିଲେ । ପିତା ମାତା ଏସ୍‌ ଆଇ ଓ ଏସ୍‌ରେ ନାମ ଲେଖାଇବା ପାଇଁ ସହାୟତା ଲୋଡିବାରୁ ଶ୍ରୀମତୀ ଭୋଇ ସବୁ ପ୍ରକାରେ ସହାୟତା ଦେବା ପାଇଁ କଥା ଦେଇଥିଲେ । ତା’ପରେ ପୋଢ଼ମୁଣ୍ଡ ଗ୍ରାମର ଅରୁଣା ସାହୁ ଓ ଈଶ୍ୱର ସାହୁଙ୍କ ପୁଅ କ୍ରିଷ୍ଣ ସାହୁ ଘରେ ପହଞ୍ଚି ତାଙ୍କଠାରୁ ସବୁ କାଗଜ ପତ୍ର ସଂଗ୍ରହ କରି ଏସ୍‌ଆଇଓଏସ୍‌ରେ ନାମ ଲେଖାଇବା ସୁନିଶ୍ଚିତ କରିଥିଲେ ।

Leave A Reply

Your email address will not be published.