ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିବା ବେଳେ ଜଣେ ସନ୍ଦିଗ୍ଧ ଶିକାରୀ ରୋହିଦାସ ଟୁଡୁ (୩୫)ଙ୍କୁ ବନ୍ୟପ୍ରାଣୀ ବନ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ୨୧ ତାରିଖ ଅପରାହ୍ଣରେ ଉପର ବାରହାକାମୁଡା ବନାଞ୍ଚଳରେ କୁକୁର ଭୋକିବା କାରଣରୁ ପେଟ୍ରୋଲିଂ କରୁଥିବା ଟିମ ଅନୁସନ୍ଧାନ କରିଥିଲେ । ମନମୋହନ ହାଁସଦା, ଅମିତ କୁମାର ବିନ୍ଧାଣି ଏବଂ ଭାଗିରଥି ପାଲବାବୁ ଆଦି ବନରକ୍ଷୀ ଟିମ ପିଛା କରି ଠାକୁରମୁଣ୍ଡା ବ୍ଲକ ହାତୀଗଡା ଗ୍ରାମର ସାରନାଥ ଟୁଡୁଙ୍କ ପୁଅ ରୋହିଦାସଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ଦିଆସିଲି, ଧନୁ, ତୀର, ବର୍ଚ୍ଛା ଆଦି ଜବତ କରିଥିଲେ । ସେ ଶିକାର ଓ ନିଆଁ ଲଗାଇବା ଉଦ୍ଦେଶ୍ୟରେ ପଶିଥିବା ନିଶ୍ଚିତ ହୋଇଛି । ୨୨ ତାରିଖରେ ରୋହିଦାସକୁ କୋର୍ଟ ଚାଲାଣ କରାଯାଇଥିବା ଶିମିଳିପାଳ (ଦକ୍ଷିଣ) ବନ୍ୟପ୍ରାଣୀ ଡିଭିଜନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି ।