ସିଜିମାଳି ଖଣି ପ୍ରଭାବିତ ଅଞ୍ଚଳରେ ପଲ୍ଲୀସଭା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାୟଗଡା ଓ କଳାହାଣ୍ଡି ସୀମାନ୍ତରେ ଥିବା ସିଜିମାଳି ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମ ପଦର ପଞ୍ଚାୟତର ତିଜମାଳି ଓ ଚୁଲବାଡି ଗ୍ରାମରେ ପଲ୍ଲୀସଭା କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ପଲ୍ଲୀସଭାରେ ପ୍ରଭାବିତ ଗ୍ରାମବାସୀମାନେ ସେମାନଙ୍କ ମତ ବ୍ୟକ୍ତ କରିଥିଲେ । ଏହି ପଲ୍ଲୀସଭାମାନଙ୍କରେ ଲିଜ୍‌ଧାରୀ କମ୍ପାନୀ କର୍ତୃପକ୍ଷ ଓ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରଭାବିତ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ । ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!