oom

ସଂସ୍କୃତ ଭାରତୀ ପକ୍ଷରୁ ବଲାଙ୍ଗିରଠାରେ ସଂସ୍କୃତ ସମ୍ଭାଷଣ ଶିବିର ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେମୀ ସଭାଗୃହରେ ଆଜିଠାରୁ ୧୫ ଦିନ ବ୍ୟାପୀ ସଂସ୍କୃତ ସମ୍ଭାଷଣ ଶିବିରର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଯାଇଛି । ସଂସ୍କୃତ ଭାରତୀ ଉତ୍କଳ ପ୍ରାନ୍ତ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସଂସ୍କୃତ ଭାରତୀ ଓଡିଶା ସମ୍ପାଦକ ଅଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାହ୍ନା ବାରିକ, ବିସ୍ତାରକ ପ୍ରାରମ୍ଭିକ ସୂଚନା ପରିଚୟ ପ୍ରଦାନ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ଵଳନ ପ୍ରାର୍ଥନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂସ୍କୃତର ପ୍ରଚାର ପ୍ରସାର କରି ନିତ୍ୟ ଜୀବନର ବ୍ୟବହାରରେ ଆଣିବା ପାଇଁ ସଂସ୍କୃତ ଭାରତୀ ଓଡିଶା ଏହି ଶିବିରକୁ ଆରମ୍ଭ କରିଛି ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୮ ଘଣ୍ଟାରୁ ୯.୩୦ ପର୍ଯ୍ୟନ୍ତ । ଏହି ଶିବିରରେ ଆଜି ପ୍ରଥମ ଦିନରେ ପ୍ରାୟ ୭୦ ଜଣ ଶିକ୍ଷାର୍ଥୀ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଧର୍ମରାଜ ବାଗ ମଞ୍ଚାସୀନ ଥିବା ବେଳେ ସଂସ୍କୃତ ଭାରତୀ ବଲାଙ୍ଗିର ଜିଲ୍ଲା ସଂଯୋଜକ ଶେଷଦେବ ମିଶ୍ର ପଣ୍ଡିତ ଟିକେଶ୍ୱର ଗୁରୁ, ବାଲ କିଷାନ ଅଗ୍ରୱାଲ, ସ୍ଵାଧୀନ କୁମାର ପଣ୍ଡା, ସାବିତ୍ରୀ ସେଠ, ସାରିକା ପୁରୋହିତ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଶିକ୍ଷଣ ନେବାକୁ ବିଦ୍ୟାଭୂଷଣ ସଂସ୍କୃତ ବିଦ୍ୟାଳୟ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବ୍ୟତୀତ ଅନ୍ୟାନ୍ୟ ସଂସ୍କୃତ ଭାଷା ପ୍ରତି ଆଗ୍ରହୀ ବିଭିନ୍ନ ବର୍ଗର ଲୋକଙ୍କ ଉପସ୍ଥିତିରେ ଶିକ୍ଷାଦାନ ଆରମ୍ଭ କରଯାଇଥିଲା ।

jittmm
Leave A Reply

Your email address will not be published.