ଭୁବନେଶ୍ୱର : ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଉଭୟ କଟକ ଓ ଭୁବନେଶ୍ୱରରେ ୨ଟି ମେଗା କ୍ଲଷ୍ଟର ଋଣ ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ସିବିଓଆଇର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ଶିବିର ଜରିଆରେ ବ୍ୟାଙ୍କର ଗ୍ରାହକମାନଙ୍କୁ ୧୦୦ କୋଟି ଟଙ୍କାର ଋଣ ମଞ୍ଜୁର ପତ୍ର ସହ ୪୦ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ ଗ୍ରାହକମାନଙ୍କ ସହ ଭାବାନୁପ୍ରଦାନ କରିବା ସହ ସେମାନଙ୍କୁ ଉତ୍ତମ ଗ୍ରାହକ ସେବା ଯୋଗାଇଦେବା ନିମନ୍ତେ ସୁନିଶ୍ଚିତ କରିଥିଲେ । ସେହିଭଳି ଶ୍ରୀ ସିଂ ବ୍ୟାଙ୍କର ସମସ୍ତ ଶାଖାର ଶାଖା ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏପରିକି ପ୍ରତି ଅଭାବୀ ଗ୍ରାହକଙ୍କ ପାଖରେ ପହଞ୍ଚି ସେମାନଙ୍କର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଅଜୟ କୁମାର ସିଂ ନିକଟରେ କଟକ ଓ ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ ।
Prev Post