ସାଲେଭଟା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ସାଲେଭଟା ଗାଈଖାଇ ଇକୋଟୁରିଜିମ ଗେଷ୍ଟ ହାଉସରେ ରେଞ୍ଜର ଆନନ୍ଦ ଚରଣ ବିଶିଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଗ୍ନିଶମ ବିଭାଗ ଅଧିକାରୀ ଗୁଲୁ ସାହୁ, ବୁଧୁ ଓରାମ ଓ ସାଲେଭଟା ଫାଣ୍ଡି ଅଧିକାରୀ ଅତିଥି ଭାବରେ ଯୋଗଦେଇ ଜଙ୍ଗଲକୁ କେମିତି ବନାଗ୍ନୀରୁ ସୁରକ୍ଷା କରାଯିବ ଏବଂ ଜନସାଧାରଣଙ୍କୁ ସଚେତନ କରାଯିବ ସେ ସମ୍ପର୍କରେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଭାଲୁପାଲି ବନ ସୁରକ୍ଷା ସମିତିର ସଭାପତି ସତ୍ୟ ପଟେଲ, କେସେଇପାଲି ବନ ସୁରକ୍ଷା ସମିତିର ଦୁଷ୍ମନ୍ତ ପଟେଲ ଉପସ୍ଥିତ ଥିଲେ । ବନରକ୍ଷୀ ସତ୍ୟାନନ୍ଦ ପଧାନ ସଭା ପରିଚାଳନା କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ଲୋଇସିଂହା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ, ସ୍କ୍ୱାର୍ଡ ଯୋଗ ଦେଇଥିଲେ । ସାଲେଭଟା ବନପାଳ ଚୌଧୁରୀ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ ।