ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଡୋଲ ଗ୍ରାମ ଅନ୍ତର୍ଗତ ନଦୀପଡା ଠାରେ ଗତକାଲି ବିଘ୍ନେସ୍ୱର ଯୁବ ସଂଘ ଓ ତ୍ରିଲୋଚନ ନେତ୍ରାଳୟ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନୀନି ଭୋଇ ଏବଂ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇ, ବରଡୋଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଗ୍ରାମ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଇଥିଲା ।

Leave A Reply

Your email address will not be published.

error: Content is protected !!