ଆଗଲପୁର ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀଙ୍କ ଆୟୋଜନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ , ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଜିଲ୍ଲା ପରିଷଦ ଜୋନ ୨ର ସଭ୍ୟା ବୀଣାପାଣି ଦାସ, ଏବିଡିଓ ରୁଦ୍ର ପ୍ରସାଦ ସୁନା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ଜ୍ଞାନ ରଞ୍ଜନ ସା ଓ ବସନ୍ତ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ, ମୋଟ ୧୧୭ ଜଣଙ୍କୁ ଉପକରଣ ପାଇଁ ଚିହ୍ନଟ କରାଯାଇ ଥିବା ସୂଚନା ମିଳିଛି । ୨୮ଟି ବସ, ଟ୍ରେନ ଏବଂ ୧୨୧ଟି ଭତ୍ତା ସମ୍ବନ୍ଧୀୟ ପଞ୍ଜିକରଣ କରାଯାଇ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଶିବିରରେ ନିରନ୍ତର ସେବା ଟ୍ରଷ୍ଟର ସଭାପତି ସୁଧା କୁମ୍ଭାର, ସମ୍ପାଦକ ଟିଙ୍କୁ କୁମାର, ଉପ ସଭାପତି ଗୀତା ସିଂ ଏବଂ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ବିଶି, ଦେବଦତ୍ତ ଦଣ୍ଡସେନା, ନମିତା ପଧାନ, ବ୍ଲକର ଅଙ୍ଗନବାଡ଼ି କର୍ମୀ ତଥା ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଶିବିରରେ ବ୍ଲକର ୨୦ଟି ଗ୍ରାମ ପଞ୍ଚାୟତରୁ ୨୦୦ରୁ ଅଧିକ ଦିବ୍ୟାଙ୍ଗମାନେ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରରେ ଯୋଗ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.