ଉତ୍କଳ କଳାକାର ଏକାଡେମୀ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀ ତରଫରୁ ବି.କେ ହସ୍ପିଟାଲ ଆନୁକୂଲ୍ୟରେ ଆଜି କଲ୍ୟାଣପୁର ନିକଟସ୍ଥ ସ୍ୱସ୍ତିବନ ଠାରେ ଏକ ସୁନ୍ଦର ଚକ୍ଷୁ ଶିବିର ଏବଂ ଅସ୍ଥିଶଲ୍ୟ ଚିକିତ୍ସା କରାଯାଇଥିଲା । ଏହି ଶିଶିରରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସିତ କରାଯାଇଥିଲା ଏବଂ ଉତ୍କଳ କଳାକାର ଏକାଡେମୀର ସଙ୍ଗଠନ ସମ୍ପାଦକ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍କଳ କଳାକାର ଏକାଡେମୀର ପ୍ରତିଷ୍ଠାତା କୈଳାସ ନାୟକ, ନିସ୍ତାରିଣି ଦତ୍ତ, ରେଖା ରଥ ପ୍ରହରାଜ, ଆଡଭୋକେଟ୍ ଆଲୋକ କର, ସୁଭଦ୍ରା ମିଶ୍ର ଏବଂ ଡି. କେ ହସ୍ପିଟାଲର ଜେନେରାଲ ମ୍ୟାନେଜର ଡଃ. ବିଷ୍ଣୁ ପ୍ରସାଦ ସାହୁ ଉତ୍କଳ କଳାକାର ଏକାଡେମୀ ରାଜ୍ୟ କମିଟିରେ ସାମିଲ ହେଲେ ଏବଂ ଓଡ଼ିଶାର ଗରିବ ଶ୍ରେଣୀର କଳାକାର ମାନଙ୍କୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଲେ । ଶେଷରେ ଉତ୍କଳ କଳାକାର ଏକାଡେମୀର ପ୍ରତିଷ୍ଠାତା କୈଳାସ ନାୟକଙ୍କ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ପରିସମାପ୍ତି କଲେ ।

Leave A Reply

Your email address will not be published.