oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମାଜିକ ସମୀକ୍ଷା ପ୍ରଶିକ୍ଷଣ ଶିବିର

jsmm

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ ପଞ୍ଚାୟତ ସମିତିର ସଭାଗୃହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଆର୍ଥିକ ବର୍ଷ ୨୦୧୬-୧୭ଠାରୁ ଆର୍ଥିକ ବର୍ଷ ୨୦୧୮-୨୦୧୯ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଗୃହର ସାମାଜିକ ସମୀକ୍ଷା କରାଯିବା ପାଇଁ ଗ୍ରାମ୍ୟ ସମ୍ବଳକର୍ମୀ ଭିଆର୍‌ପିମାନଙ୍କର ଏକଦିନିଆ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଆୟୋଜିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନିହାର ରଞ୍ଜନ ସ୍ଵାଇଁ(Director OSSAT, BBSR) ଓ ପ୍ରଶିକ୍ଷଣ ଶିବିରର ମୁଖ୍ୟ ଆୟୋଜକ ଜ୍ୟୋତି ରଞ୍ଜନ ଶତପଥୀ(ଦକ୍ଷ ରାଜ୍ୟ ସାମାଜିକ ସମୀକ୍ଷକ), ଲୋଚନ ଦାସ(ଗୋଷ୍ଠୀ ମଣ୍ଡଳ ଉନ୍ନୟନ ଅଧିକାରୀ କଣାସ ବ୍ଲକ, କଣାସ) ଏବଂ ପ୍ରଶିକ୍ଷଣ ଶିବିରର ମୁଖ୍ୟ ପରିଚାଳକ ଭାବେ ନିରଞ୍ଜନ ସାହୁ(ମଣ୍ଡଳ ସାମାଜିକ ସମୀକ୍ଷକ, କଣାସ), ଦିଲୀପ କୁମାର ଉଦଣ୍ଡରାୟ(ମଣ୍ଡଳ ପ୍ରକଳ୍ପ ସଂଯୋଜକ, ଗ୍ରାମୀଣ ଆବାସ) ଯୋଗ ଦେଇଥିଲେ । ଆସନ୍ତା ତା ୦୭.୦୯.୨୦୨୨ରିଖ ଠାରୁ ପ୍ରତି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଆବାସ ଯୋଜନାରେ ପାଇଥିବା ସମସ୍ତ ଗୃହର ସାମାଜିକ ସମୀକ୍ଷା କରାଯିବ ବୋଲି ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.