ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷୀକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅପରେସନ ସିନ୍ଦୂରରେ ବଳିଦାନ ଦେଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ରଜନୀକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାନ କିପରି ମହତଦାନ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରୋଗ୍ରାମିଂ ଅଫିସର ହରିଶ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦିବ୍ୟଜ୍ୟୋତି ନାୟକ, ରାଜେଶ କୁମାର ମଲ୍ଲିକ, ଅନମୋଲ ବାୟୁ, ସୁପ୍ରଭା ବେହେରା, ରଞ୍ଜିତ ପ୍ରସାଦ ପଲେଇ, ଅଜୟ ସୁନ୍ଦରରାୟ ଓ ରାଉରକେଲା ସରକାରୀ ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ତରଫରୁ ଡାକ୍ତର ପ୍ରଶାନ୍ତ ଦାଶ, ଜୟଶ୍ରୀ ମହନ୍ତ, ପଦ୍ମିନୀ ବେଟି, ବିରେନ୍ କୁମାର ସିଂ, କୈଳାଶ ଚନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ମଞ୍ଜୁଲତା ମହନ୍ତ, ରାଜା ଇନ୍ଦ୍ରଦ୍ୟୁମ୍ନ ଜେନା, ଦୁର୍ଗାଚରଣ ଖଟେଇ, ସତ୍ୟମ ମହାନ୍ତି, ସତ୍ୟମ ମହନ୍ତ, ଦିବ୍ୟଶକ୍ତି ମିଶ୍ର, ଉତ୍କଳିକା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶେଷରେ ପ୍ରୋଗ୍ରାମିଂ ଅଫିସର ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।