ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟିକା ଗ୍ରାମ ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ କୁମାର ପଧାନଙ୍କ ତତ୍ତ୍ଵାବଧାନରେ ଆଜିର ଜନ ଶୁଣାଣୀ ଶିବିର ପରିଚାଳିତ ହୋଇଥିଲା । ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି, ଆଗଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଧୀରେନ୍ଦ୍ର ମେହେର ଓ ଅଙ୍ଗନୱାଡ଼ି ସୁପର ଭାଇଜର୍ ଶ୍ରୀମତୀ ସତ୍ୟବତୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅଭିଯୋଗ କେନ୍ଦ୍ରରେ ସମୁଦାୟ ୧୫ ଟି ଦରଖାସ୍ତ ପଞ୍ଜିକରଣ ହୋଇଥିବା ପଞ୍ଜିକରଣ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଶିବିରରେ ମୁଖ୍ୟତଃ ଫସଲ ବୀମା, ଶିକ୍ଷକ ନିଯୁକ୍ତି, ଆବାସ ଗୃହ, ମରୁଡି, ମନରେଗା, ଭତ୍ତା, ରାସନ କାର୍ଡ ଉପରେ ଅଭିଯୋଗ ଆସିଥିଲା । ବ୍ଲକ କର୍ମଚାରୀ ସୁନିଲ ସାହୁ, ସୁଶାନ୍ତ ମହାକୁର, ଆଲୋକ ରଞ୍ଜନ ମିଶ୍ର, ଅଭି ସାହୁ, ଧୁବଳ କିଶୋର ମଲ୍ଲିକ, ସୌଭାଗ୍ୟ ପଧାନ, ଅଂଶୁମାନ ବାବୁ, ଜେଇ ଦୁର୍ଗା ପ୍ରସାଦ ମିଶ୍ର, ସିଆର୍‌ସିସି ଉପସ୍ଥିତ ଥିଲେ । ତା ସହିତ ଗ୍ରାମ ପଞ୍ଚାୟତର ସରପଞ୍ଚ ଉଦୟ ନାଏକ, ଏଡିଇଓ ବିମ୍ବାଧର କର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିଶୋର ଭୁଏ ମଧ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । ତା ସହିତ ଉଦ୍ୟାନ ବିଭାଗ, ପଶୁ ବିଭାଗ, ରାଜସ୍ୱ ବିଭାଗ, ମତ୍ସ୍ୟ ବିଭାଗର ସହଯୋଗୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଲୋଇସିଂହା ଥାନାରୁ ସୁମନ୍ତ ପଧାନ ମଧ୍ୟ ଆସି ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଉପସ୍ଥିତ ଥିଲେ । ଆଜିର ଜନ ଶୁଣାଣୀ ଶିବିରରେ ସର୍ବମୋଟ ୧୫ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ପଞ୍ଜିକରଣ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.