oom

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ରାଉରକେଲା ଶାଖା ର ମହିଳା ଶାଖା ତରଫରୁ ପାନପୋଷ ସ୍ଥିତ ରଘୁନାଥପଲୀ ୟୁ ପି ସ୍କୁଲରେ ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋଙ୍କ ଆବାହକତ୍ଵ ତଥା କାର୍ଯ୍ୟକ୍ରମ ସମ୍ପାଦିକା ମଞ୍ଜୁ ମେହେରଙ୍କ ସଂଯୋଜନାରେ ପ୍ରାନ୍ତୀୟ ମହିଳା ସଚିବ ଡ଼ଃ କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣ ସମ୍ପର୍କରେ ଆଲୋଚନା କରିଥିଲେ । ଉପଦେଷ୍ଟା ରବି ଦାସ, କୋଷାଧ୍ୟକ୍ଷ ଅସୀମ ଗୁପ୍ତା ପ୍ରମୁଖ ଯୁବ ସଂସ୍କାର ଶିବିରର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସ୍କୁଲର ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ବାଳ ବିଭାଗରେ ତଥା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଯୁବ ସଂସ୍କାର ଶିବିରରେ ଅଂଶଗ୍ରହଣ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ସାମଲ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ପରିଷଦ ତରଫରୁ ଅଞ୍ଜୁ କକ୍କଡ, ଗୀତା ଦାସ, ନଳିନୀ ମହାପାତ୍ର, ଉଷା ଦାସ, ଭାରତୀ ଗୁପ୍ତା, ପ୍ରାଞ୍ଜଳୀ ନାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ କକ୍କଡସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ଶେଷରେ ସମ୍ପାଦିକା ବନ୍ଦିତା ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.