oom

ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲର ନିଶୁଳ୍କ ସ୍ୱସ୍ଥ୍ୟ ସେବା ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ରଖିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡିକାଲ କଲେଜର ସହ ମହାପ୍ରବନ୍ଧକ ଶୁଭାଶିଷ ତ୍ରିପାଠୀ ଓ ସହଯୋଗୀ ଅଙ୍କିତ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି ଶିବିରରେ ଗ୍ୟାଷ୍ଟ୍ରୋଲୋଜିଷ୍ଟ ଡାକ୍ତର ଜୟନ୍ତ ନନ୍ଦ ଯୋଗଦେଇ ପେଟ ସମସ୍ୟା, ଖାଦ୍ୟ, ଗ୍ୟାଷ୍ଟିକ, ଲିଭର, ପାକସ୍ଥଳୀ, ବଦହଜମୀ, ଝାଡ଼ା ଅତ୍ୟଧିକ ହେବା ଓ ନହେବା ଇତ୍ୟାଦି ନିଶୁଳ୍କ ସେବା ପ୍ରଦାନ କରିବା ସହ ନିଶୁଳ୍କ ଔଷଧ ବିତରଣ ତଥା ଆବଶ୍ୟକ ପରାମର୍ଶ ଦେଇଥିଲେ । ଏଥିରେ ମେଡିସିନ ବିଭାଗର ଡାକ୍ତର ପ୍ରଯୁକ୍ତି ବିଶ୍ୱଳ, ଡାକ୍ତର ରତିକାନ୍ତ ସେଠୀ ଉପଯୁକ୍ତ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ ତରଫରୁ ପାବନୀ ପାଣିଗ୍ରାହୀ, ସଂଗୀତା ଓରାମ, ସଞ୍ଜୁକ୍ତା କୁଜୁର, ରାଧିକା ଏକ୍କା, ଜ୍ଞାନରଞ୍ଜନ ଦାସ,ସାଗରଦୀପ ରାଉତ ଓ ଅବସର ଭବନର ସଭାପତି ଅଭୟ କୁମାର ଦାସ, ସମ୍ପାଦକ ପ୍ରେମାନନ୍ଦ ସାମଲ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶତାଧିକ ବ୍ୟକ୍ତି ଏହି ଶିବିରରେ ନିଶୁଳ୍କ ଚିକିତ୍ସା ସେବା ପାଇଥିବାରୁ ମେଡିକାଲକୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.