ସରସ୍ଵତୀ ଶିଶୁ ମନ୍ଦିରରେ ବିଭିନ୍ନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଶିଶୁ ଶିବିର, ବାଲ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଅଧ୍ୟକ୍ଷତା ଓ ଶିଶୁ ମନ୍ଦିରର ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ଶିବିରର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇଭଉଣୀ ମାନେ ହନୁମାନ ବାଟିକା ଓ ଇନ୍ଦିରା ଗାନ୍ଧୀ ପାର୍କ ପରିଭ୍ରମଣରେ ଯାଇଥିଲେ । ବାଲ ଶିବିରର ଷଷ୍ଠ ଶ୍ରେଣୀରୁ ନବମ ଶ୍ରେଣୀ ଭାଇମାନଙ୍କ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହିତ କ୍ୟାରିୟର କାଉନସେଲିଂ, ସଂଘ ବିଚାର, କବାଡି, ଖୋ-ଖୋ, ଦଣ୍ଡ ଓ ପଞ୍ଝା ଲଢେଇ ଓ କନ୍ୟା ଶିବିର ଭଉଣୀ ମାନଙ୍କ ମଧ୍ୟରେ କ୍ୟାରିୟର କାଉନସେଲିଂ, ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ କଥୋପକଥନ, ମାଣ୍ଡିଆରୁ ବିଭିନ୍ନ ଜିନିଷ ତିଆରି, ସାଲାଡ଼ ପ୍ରସ୍ତୁତି, ବର୍ଜ୍ୟବସ୍ତୁର ସୁବିନିଯୋଗ, ଫୁଲମାଳ ତିଆରି, ଶଙ୍ଖ, ହୁଳହୁଳି, ମେହେନ୍ଦି, ରସି ଡ଼ିଆଁ, ପୁଚିଖେଳ ପ୍ରତିଯୋଗିତା ଓ ପିଲାମାନଙ୍କୁ ରୋଷେଇ ପ୍ରସ୍ତୁତି ଆଦି ଶିଖା ଯାଇଥିଲା । କ୍ୟାରିୟର କାଉନସେଲିଂ ପାଇଁ ଅଧ୍ୟାପକ ଜିତେନ୍ଦ୍ର ଡାକୁଆ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ଲୋନିରୂପା ରାଉତରାୟ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀ ବିବେକାନନ୍ଦଙ୍କ ଜୀବନାଦର୍ଶ ସମ୍ପର୍କରେ ଭାଇଭଉଣୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହ ପ୍ରଧାନଚାର୍ଯ୍ୟ ଜନ୍ମଞ୍ଜୟ ସୁଆର, ମମତା ସାମଲ, ଶ୍ୟାମସୁନ୍ଦର ସେଠୀ, ଲଳିତା ବିଶ୍ୱାଳ, ସୁମିତ୍ରା ମିଶ୍ର, ପୂର୍ଣ୍ଣିମା ସୁନା ପ୍ରମୁଖଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ପ୍ରତିମା ସାହୁ ଓ ବିଜୟଲକ୍ଷ୍ମୀ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଭାଇଭଉଣୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.