centurian jitm

ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କାଉନସେଲିଙ୍ଗ ଶିବିର ଅନୁଷ୍ଠିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କାଉନସେଲିଙ୍ଗ ଶିବିର ଗତ ୨୫ ତାରିଖ ଦିନ ସ୍ଥାନୀୟ ରିମ୍ସ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତେକ ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ରହିଛି, ସେମାନେ ଆବଶ୍ୟକ ସୁବିଧା ସୁଯୋଗ ପାଇଲେ ଓ ନିଜର ଇଚ୍ଛା ଶକ୍ତି ବଳରେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବେ । କୋଚିଂ କ୍ଷେତ୍ରରେ ଫିଜିକ୍ସ ୱାଲା ତାର ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି । ଏଣୁ ଛାତ୍ରଛାତ୍ରୀମାନେ ଅଭିଜ୍ଞ ଶିକ୍ଷକ ମାନଙ୍କ ମାର୍ଗ ଦର୍ଶନ ସୁଯୋଗ ନେବାକୁ ଶ୍ରୀ ନାୟକ ଆହ୍ୱାନ କରିଥିଲେ । ଏଥି ସହ ଅଭିଭାବକ ମାନେ ଦେଖୁଥିବା ସ୍ୱପ୍ନକୁ ସେମାନଙ୍କ ପିଲାମାନେ ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ରିମ୍ସର ନିର୍ଦେଶକ ପ୍ରଫେସର ଡ଼. କରୁଣାକର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦୁରଦୃଷ୍ଟି, ଯୋଜନା ଓ କାର୍ଯ୍ୟଧାରା ରହିଲେ ହିଁ ଜୀବନରେ ସଫଳତା ମିଳିଥାଏ, ଏଣୁ ପିଲାମାନେ ନିଷ୍ଠାର ସହ ସେମାନଙ୍କ ଅଧ୍ୟୟନ ଜାରି ରଖିବାକୁ ଆହ୍ୱାନ କରିଥିଲେ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଓ ପାସ ଆଉଟ ପିଲାଙ୍କୁ ଜେଇଇ, ଏନ୍‌ଇଇଟି ଓ ଫାଉଣ୍ଡେସନ କୋର୍ସ ସମ୍ପର୍କରେ ଅବଗତ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଫିଜିକ୍ସ ୱାଲାର ଓଡିଶା ଫ୍ରାଞ୍ଛାଇଜ ଓନର ଇଂ ପ୍ରଭାତ ଛଟୋଇ, ମୁଖ୍ୟବକ୍ତା ଭାବେ ଷ୍ଟାର ଶିକ୍ଷକ ଜଗଯୋତ ସାର ଓ ଅର୍ପିତ ସାର ଯୋଗ ଦେଇ ବିଭିନ୍ନ ଅଭିନବ କୌଶଳ ମାଧ୍ୟମରେ ପିଲାଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ସହଜରେ ପିଲାମାନେ କିପରି ଏଣ୍ଟ୍ରାନ୍ସ ଏକ୍‌ଜାମିନେସନରେ ଭାଗ ନେବେ ଓ ପ୍ରସ୍ତୁତ ହେବେ, ସେ ସମ୍ପର୍କରେ ମଧ୍ୟ ପିଲାଙ୍କୁ ସୂଚନା ଦେଇଥିଲେ । ଫିଜିକ୍ସ ୱାଲାରୁ କୋଚିଂ ନେଇ ପିଲାମାନେ କିପରି ରେଙ୍କ ହୋଲଡର ହୋଇଛନ୍ତି, ତାହାର ଉଦାହରଣ ଦେଇଥିଲେ । ଫିଜିକ୍ସ ୱାଲା ରାଉରକେଲା ପାଠଶାଳାର ସେଣ୍ଟର ହେଡ଼ ପ୍ରଫେସର ଡ଼. ଜିତେନ୍ଦ୍ର କୁମାର ରାଉତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟରରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସିଧାସଳଖ ୩୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ବୋଲି ଡ଼. ରାଉତ ଘୋଷଣା କରିଥିଲେ । ଏହି ଅବସରରେ ସ୍କୋଲାରସିପ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.