oom

ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲରେ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ତରଫରୁ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଣିଷର ଅଙ୍ଗ ପ୍ରତ୍ୟଙ୍ଗ ଭିତରୁ ଚକ୍ଷୁର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଯେହେତୁ ବିଦ୍ୟାର୍ଥୀ ମାନେ ପାଠପଢା ହେଉ ଖେଳକୁଦ ହେଉ ଚକ୍ଷୁ ଉପରେ ବେଶୀ ପ୍ରଭାବ ପଡିଥାଏ । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ ଲାୟନ୍ସ କ୍ଲବ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ସହଭାଗିତାରେ ସହର ତଥା ଆଖପାଖ ଅଞ୍ଚଳରେ ନିଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଟିଟିଲାଗଡ଼ ନିକଟସ୍ଥ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓମ ଭ୍ୟାଲି ସ୍କୁଲର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ଚିଫ ଏଡଭାଇଜର ରବିନ ଚନ୍ଦ୍ର ପରିମାଣିକ, ଏସ୍‌ସିଡି ସେଣ୍ଟରର କୋର୍ଡିନେଟର ଶୈଳେନ୍ଦୁ ନନ୍ଦ, ସମ୍ପାଦକ ଜ୍ୟୋତି ରଞ୍ଜନ ପାଇକ, ଲାୟନ୍ସ କ୍ଲବ ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, କ୍ଲବର ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ବରିଷ୍ଠ ଲାୟନ ସଦସ୍ୟ ରାମ ଗୋପାଳ ଚୌଧୁରୀ, ପ୍ରୋଜେକ୍ଟ ଚେୟାରମେନ ସୁଜିତ ଚୌଧୁରୀ, ଲାୟନ କୁମାର ଗୌରବ ରଥ, ଅସୀମ କୁଣ୍ଡୁ, ଅଙ୍କିତ ଲାଠ, ପ୍ରଦୀପ ବାରିକ, ବିନାୟକ ଦାସ, ଅଜିତ ପାତ୍ର, ପଙ୍କଜ ନାମଦେବଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.