om academy

ଲୋଇସିଂହା ବ୍ଲକରେ ଆତ୍ମରକ୍ଷା ତାଲିମ ଶିବିର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଆସିଡିଏସ୍ ମିଟିଂ ହଲ୍‌ଠାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ ତରଫରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକର ୬୨ଜଣ ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମଟି ଦୁଇ ଦିନ ଚାଲିବ ବୋଲି ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣପଦକ ବିଜେତା କରାଟେ କୋଚ୍‌ ତଥା ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ଅସିମ କୁମାର ଭୋଇ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସିଡିପିଓ ଗାୟତ୍ରି ବାରିକ ଉଦ୍‌ଘାଟନ କରିଥିବା ବେଳେ ସମସ୍ତ ମହିଳା ସୁପରଭାଇଜର ସହଯୋଗ କରିଥିଲେ । ସେଲ୍ପ ଡିଫେନ୍ସ ଏକ୍ସପାର୍ଟ ଅସିମ କୁମାର ଭୋଇ ଓ ସ୍ୱୟଂପ୍ରଭା ବ୍ରହ୍ମା ଆତ୍ମରକ୍ଷା କୌଶଳ ଟ୍ରେନିଂ ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.