oom

ଖପ୍ରାଖୋଲରେ ବ୍ଲକସ୍ତରୀୟ ପରାମର୍ଶ ଶିବିର : ଉଚ୍ଚ ଶିକ୍ଷା, କୌଶଳ ବିକାଶ ଓ ଆତ୍ମ ନିଯୁକ୍ତି ଉପରେ ପରାମର୍ଶ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଓଏଲ୍‌ଏମ୍‌ବିପିଏମ୍‌ ମନୋଜ କେରକେଟା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ନିୟୋଜନ ଅଧିକାରୀ ଭରତ କୁମାର ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ସହ ଶିବିର ଉଦ୍‌ଘାଟିତ ହୋଇଥିବା ବେଳେ ଏହି ଅବସରରେ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଓ ହୋଟେଲ ମେନେଜମେଣ୍ଟ ଶିକ୍ଷା ଉପରେ ଯୁବତୀ ଯୁବକମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଶିବିରରେ ଭୁବନେଶ୍ୱର ରମନ ଏଜୁକେସନ ସେଣ୍ଟର୍, ସରକାରୀ ଆଇଟିଆଇ ବଲାଙ୍ଗିର, ଏଲଟ୍ରଷ୍ଟ ହୋଟେଲ ମ୍ୟାନେଜମ୍ୟାଣ୍ଟ, ଅନୁଷ୍ଠାନ, ପୋଲିଟେକ୍ନିକ କଲେଜ, ଏସିଏମ୍‌ସି ଅନୁଷ୍ଠାନର ପ୍ରତିନିଧିମାନେ ଯୁବକ ଯୁବତୀମାନଙ୍କୁ ଉଚ୍ଚ ଶିକ୍ଷା, କୌଶଳ ବିକାଶ, ଆତ୍ମ ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ଉପରେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍‌ବିଡି, ଡିଡିୟୁଜି କେୟେର ବଳରାମ, ବିଏଲ୍‌ସି ପ୍ରଶାନ୍ତ ନନ୍ଦ, ସୁନିଲ ନନ୍ଦ ସମେତ ସିଆର୍‌ପି ଓ ଯୁବତୀ ଯୁବକ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.