ତୁରେକେଲାରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ସମଗ୍ର ଶିକ୍ଷା ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଦବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସାମଗ୍ରୀ ଯୋଗାଣ ନିମନ୍ତେ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବିଜୟ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡା ସୁରେନ୍ଦ୍ର କୁମାର ଭୋଇ, ସୁରଜ କୁମାର ବଡଜେନା ଅତିଥି ଭାବରେ ଯୋଗ ଦେଇଥିଲେ । ବିରଞ୍ଚି ନାରାୟଣ ଦାଶ ମଞ୍ଚ ପରିଚାଳନା ଓ ସୁନୀଲ କୁମାର ସାହୁ, ବିଆର୍‌ଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କୁ ସାମଗ୍ରୀ ଯୋଗାଇ ଦେବାକୁ କାଗଜପତ୍ର କରାଯାଇଥିଲା । ଏହି ଶିବିରକୁ ସୁପରିଚାଳନା କରିବାରେ ବିଆରଟି ଜ୍ୟୋତିପ୍ରକାଶ ବାରିକ, ସିଆର୍‌ସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଅମରେନ୍ଦ୍ର କୁମାର ବାଗ, ଗୁରୁପ୍ରସାଦ ଛତ୍ରିଆ, ରମେଶ ସୁନା, ଗଜେନ୍ଦ୍ର ହରିଜନ, ଜଗମୋହନ ସେଠୀ, କୃତିବାସ ବରିହା, ଅରୁଣ କୁମାର ସାହୁ, ଯଶୋବନ୍ତ ତାଣ୍ଡୀ, ଟିକେଶ୍ୱର ବେହେରା ପ୍ରଭୃତି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.