
ଝାରମୁଣ୍ଡା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତରେ ସୋମବାର ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍ପି ନିତିନ କୁଶଲକର ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଭିଯୋଗର ଶୁଣାଣି କରି ସମାଧାନ କରିଥିଲେ । ଶିବିରରେ ମୋଟ ୧୩୪ ଜଣଙ୍କ ଅଭିଯୋଗ ପଞ୍ଜିକରଣ କରାଯାଇଥିଲା । ପରେ ଜିଲ୍ଲାପାଳ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ପୁରଷ୍କୃତ କରିଥିଲେ । ଏହି ଅବସରରେ ଡିଆର୍ଡିଏ ପିଡି ସୁଶାନ୍ତ ସିଂହ, ଡେପୁଟି କଲେକ୍ଟର, ତହସିଲଦାର ସଂଘମିତ୍ରା କାଲୋ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଲୋଇସିଂହା ବ୍ଲକର ଅଧିକାରୀମାନେ ଯୋଗ ଦେଇଥିଲେ ।