om academy

ଗଞ୍ଜାମ ମହାବିଦ୍ୟାଳୟରେ ଅଗ୍ରପୂଜ୍ୟ, ବିଦ୍ୟାଦାତା ଶ୍ରୀ ବିନାୟକ ପ୍ରତିମୂର୍ତ୍ତୀ ସ୍ଥାପିତ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଗଣେଶ ଚତୁର୍ଥୀ ଦିବସରେ ଗଞ୍ଜାମ ସହରସ୍ଥିତ ଗଞ୍ଜାମ ମହାବିଦ୍ୟାଳୟର କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ଅଗ୍ରପୂଜ୍ୟ, ବିଦ୍ୟାଦାତା ଶ୍ରୀ ବିନାୟକଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଯାଇଛି । ଗଂଜାମ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ କର୍ତ୍ତା ଭାବେ ଏହି ଶୁଭକାର୍ଯ୍ୟରେ ଯୋଗଦେଇଥିବା ବେଳେ ପଣ୍ଡିତ ବନଜ ଶତପଥି ମନ୍ତ୍ରବାଣୀ ମଧ୍ୟରେ ଶ୍ରୀବିନାୟକଙ୍କ ରାଜଧିରାଜବେଶ ମୂର୍ତ୍ତୀ ସ୍ଥାପିତ ହୋଇଥିଲା ।

ଉଦ୍ୟୋକ୍ତା ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଭାଗିରଥି ପଲାଇ, ରାଜନୀତି ବିଜ୍ଞାନ ପ୍ରାଧ୍ୟାପକଙ୍କ ସହ କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମୂର୍ତ୍ତୀ ସ୍ଥାପନ ପାଇଁ ସମ୍ପୂର୍ଣ ସହଯୋଗ ରହିଥିଲା । ଲିଙ୍ଗରାଜ ପଟନାୟକ, ବିନୋଦ ମହାପାତ୍ର, ଦିଲିପ କୁମାର ପଟନାୟକ, କୈଳାଶ ପଲାଇ, ବି.ସୋମାଲି, ଲକ୍ଷ୍ମୀ ଶତପଥୀ, ଉମାକାନ୍ତ ବେହେରା ପୁରାତନ ଛାତ୍ର ପ୍ରମୁଖ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply

Your email address will not be published.