ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ନୂଆଟୋଲି, ବ୍ରାହ୍ମଣମରା ଠାରେ ଏକ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଉକ୍ତ ଗ୍ରାମର ଗରିବ ଲୋକ ମାନଙ୍କୁ ଶୀତବସ୍ତ୍ର ଓ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ରେଡକ୍ରସ ଶାଖା ତରଫରୁ ବଣ୍ଟନ କରାଯାଇଥିଲା । ଉକ୍ତ ଗ୍ରାମକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରାଗଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ସିଂ, ରେଡକ୍ରସ ମହାବିଦ୍ୟାଳୟ ଶାଖାର ବରିଷ୍ଠ କାଉନସିଲର କୁଲଦୀପ ସୋରେଙ୍ଗ, ଶାଖାର ମହିଳା କାଉନସିଲର ଅମିତା ଆଚାର୍ଯ୍ୟ,ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।