oom

କବି, ଲେଖକ ସଂଗଠକ ସ୍ୱର୍ଗତ ପୀତାମ୍ବର ନାଏକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଏକ ନିରୋଳା ଉପାଦାନର ବିଷୟ । ମାତ୍ର ସଂଗଠନ କରି ସାହିତ୍ୟର ସେଇ ସୃଜନଶୀଳ ସ୍ରଷ୍ଟା ମାନଙ୍କୁ ପ୍ରକାଶର ମାଧ୍ୟମ ଦେବା ଏକ ନିଆରା କର୍ମ । ସେଇ କର୍ମରେ ନିଜକୁ ସମର୍ପିତ କରିଥିଲେ କବି, ଲେଖକ ସଂଗଠକ ସ୍ୱର୍ଗତ ପୀତାମ୍ବର ନାଏକ । ତାଙ୍କ ଆରମ୍ଭ କରିଥିବା ଅଷ୍ଟଭୂଜା ସାହିତ୍ୟ ଅନୁଷ୍ଠାନ ଓ ଏହାର ମୁଖପତ୍ର ଅଷ୍ଟଭୂଜାକୁ ବଞ୍ଚାଇ ରଖିଲେ ହିଁ ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ । ଆଜି ଥିଲା କବି ଲେଖକ ସଂଗଠକ ସ୍ୱର୍ଗତ ପୀତାମ୍ବର ନାଏକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ତାଙ୍କ ସ୍ମୃତିରେ କୁରୁଲ ଗ୍ରାମରେ ଆୟୋଜିତ ହୋଇଥିଲା ସ୍ମୃତି ଚାରଣର ସମାବେଶ । ପୀତାମ୍ବର ନାଏକଙ୍କୁ ପରିବାର ଓ ବନ୍ଧୁବର୍ଗଙ୍କ ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବହୁ କବି, ଲେଖକ ଏବଂ କଳାକାର । ସ୍ମୃତି ସଭାରେ କବି, ଲେଖକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀ ରାମଚନ୍ଦ୍ର ପଟେଲ, କୃଷ୍ଣଚନ୍ଦ୍ର ମହାକୁର, ଗୀତିକାର ହୃଷୀକେଶ ପୁରୋହିତ, ଯଜ୍ଞେଶ୍ୱର ନାଏକ ଓ ବାଲେଶ୍ୱର ପଟେଲ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ଅଷ୍ଟଭୂଜା ସାହିତ୍ୟ ଅନୁଷ୍ଠାନର ମୁଖପତ୍ର ଅଷ୍ଟଭୂଜାର ସ୍ୱର୍ଗତ ପିତାମ୍ବର ନାଏକ ସ୍ମରଣେ ସ୍ୱତନ୍ତ୍ର ସଂଖ୍ୟାକୁ ଲୋକାର୍ପିତ କରିଥିଲେ ମଂଚାସୀନ ଅତିଥି ମାନେ । ସ୍ୱର୍ଗତ ପିତାମ୍ବର ନାଏକଙ୍କ ଘନିଷ୍ଠ ସହଯୋଗୀ କୃଷ୍ଣଚନ୍ଦ୍ର ମହାକୁରଙ୍କ ଲିଖିତ ବଉଳ ଗଛର ଛାଇ ଗଳ୍ପ ସଂକଳନ, ଯାହା ସ୍ୱର୍ଗତ ପିତାମ୍ବର ନାଏକଙ୍କୁ ଉତ୍ସର୍ଗ ହୋଇଛି, ସେହି ପୁସ୍ତକ ମଧ୍ୟ ଲୋକାର୍ପିତ କରାଯାଇଥିଲା । ସ୍ମୃତି ସଭାର ପ୍ରାରମ୍ଭରେ ପୀତାମ୍ବରଙ୍କ ସୁପୁତ୍ର ଅଜିତ ଓ ସୁରଜିତ ମଂଚାସୀନ ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୁଷ୍ମନ୍ତ ପଟେଲ, ଜୟକୃଷ୍ଣ ନାଏକ, ଡକ୍ଟର ଭବାନୀ ଶଙ୍କର ପଟେଲ, ଗରୁଡଧ୍ୱଜ ସାଏ, ଆନନ୍ଦ ବଡପଣ୍ଡା ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ପୀତାମ୍ବରଙ୍କ ସାନଭାଇ ପ୍ରକୃତିବନ୍ଧୁ ଶିକ୍ଷକ ଦୀଗାମ୍ବର ନାଏକ ଅତିଥି ପରିଚୟ ସହ ଅଷ୍ଟଭୂଜା ସାହିତ୍ୟ ଅନୁଷ୍ଠାନକୁ ଆଉଥରେ ଆରମ୍ଭ କରାଯିବା ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମକୁ ଆଗେଇ ନିଆଯିବା ସଂପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.