oom

ସିନାପାଲିରେ ବିଶିଷ୍ଟ କବି ଚଣ୍ଡୀଚରଣ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ସିନାପାଲି, (ନିରାକାର ମେହେର) : ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ଚଣ୍ତୀଚରଣ ବିଶିଙ୍କ ପରଲୋକରେ ସିନାପାଲିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତିର ଆହ୍ୱାନରେ ଅନୁଷ୍ଠିତ ସଭାରେ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ସଭାର ଉଦ୍ଧେଶ୍ୟ ଜ୍ଞାପନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲା ପରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ତୁଳସୀରାମ ମେହେର, ନରହରୀ ମେହେର, ଚିନ୍ତାମଣି ସାହୁ, ମୁରଳିଧର ସା, ସତ୍ୟବ୍ରତ ଗହୀର, ନବୀନ ଚଂଦ୍ର ମେହେର, ରବିଂଦ୍ରନାଥ ଯୋଷୀ, ବିଜୟ ଯୋଷୀ, ଧୄବଚରଣ ପଧାନ, ମୋହନ ଚରଣ ଦାସ, ରୂପେଶ ଚଂଦ୍ର ମେହେର, ଲଳିତ କୁମାର ସୁନାରୀ, ଗୌତମ ମେହେର ପ୍ରମୁଖ ସ୍ୱର୍ଗତ ବିଶିଙ୍କ ସ୍ମୃତିଚାରଣ କରିଥିଲେ । ଏ ଅବସରରେ ସ୍ୱର୍ଗତ ବିଶିଙ୍କୁ ଜଣେ ସୁସାହିତ୍ୟିକ, ଆଦର୍ଶ ଶିକ୍ଷକ, ଦକ୍ଷ ସଂଗଠକ ସହ ବିରଳ ଓ ନିର୍ମଳ ପ୍ରତିଭା ଭାବରେ ଅବିହିତ କରାଯାଇଥିଲା ।

jittmm
Leave A Reply

Your email address will not be published.