କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ସୁର ସଂଗମ ଲୋଇସିଂହା ପକ୍ଷରୁ ଗତକାଲି କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ନିସାର ଅହମ୍ମଦ ନିସାରଙ୍କ ସଭାପତିତ୍ୱରେ ଉପସ୍ଥିତ ସମସ୍ତ କଳାକାର ଓ ସାହିତ୍ୟିକମାନେ ନାଟ୍ୟ ମହର୍ଷିଙ୍କ ନିଜ ମାଟି ମା’ ଏବଂ ନିଜ କଳା ସଂସ୍କୃତିର ପ୍ରଥମ ପ୍ରଚାର ପ୍ରସାରକ, ଲୋକ ମହୋତ୍ସବର ଅଗ୍ରୀମ ଆବାହକ ସଂଗେ ସଂଗେ ଗୋଟିଏ ଦିନରେ ନୂଆ ଖାଇବାର ଅଭିନବ ପ୍ରୟାସକୁ ନେଇ ଗୁରୁଙ୍କ ଗୁଣଗାନ କରିଥିଲେ । ପରେ ପରେ ଗୁରୁଙ୍କ ପରୋଣପରାନ୍ତ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯିବାର ମନ୍ତବ୍ୟ ଦେଇଥିଲେ । ଉକ୍ତ ସଭାରେ ଅନୁଷ୍ଠାନର ସଂପାଦକ ସରୋଜ ମହାକୁର, ଗୌରୀ ଶଙ୍କର ବେଜ, ଦେବେନ୍ଦ୍ର ମିସ୍ତ୍ରୀ, ସତ୍ୟ ନାରାୟଣ ଦାସ, ରାଜେନ୍ଦ୍ର ବିଶ୍ୱାଲ, ଚିତ୍ତରଞ୍ଜନ ବିଶ୍ୱାଲ, ହେମଲତା ଉରଏକ, ପାର୍ବତୀ ମସନିଆ, ବ୍ରଜ ବିଶୋଇ ମୁଖ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.