ରାଉରକେଲା,(ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଚନ୍ଦ୍ରଶେଖର ଶତପଥୀ, ଅଟମ ରଥ, କୁଞ୍ଜବିହାରୀ ରାଉତ, ଡଃ ଜୟନ୍ତୀ ପାଢୀ, ବାଉରୀବଂଧୁ ସାହୁ, ଭାସ୍କର ଚନ୍ଦ୍ର ପୁହାଣ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ବକ୍ତବ୍ୟ ରଖି ସ୍ୱର୍ଗତ କରଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ତାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବକ୍ତାମାନେ ସ୍ୱର୍ଗତ କରଙ୍କ ସହ ଆଦର୍ଶ ପାଠାଗାରର ସଂପର୍କକୁ ରୋମନ୍ଥନ କରିବା ସହ ରାଜ୍ୟ ଜଣେ ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ, ନାଟ୍ୟକାର, ଶିକ୍ଷାବିତ୍, ଆଧ୍ୟାତ୍ମିକ ପ୍ରବଚକ, ଓଡିଆ ଭାଷା ସଂସ୍କୃତିର ସଂରକ୍ଷକ, ସୁସାହିତ୍ୟିକ, ବାଗ୍ମୀ ଙ୍କୁ ହରାଇଲା ବୋଲି ମତପ୍ରକାଶ କରିଥିଲେ। ସଭାପତିତ୍ୱ ଅଭିଭାଷଣ ସହ ଶ୍ରୀ ଦାସ ସ୍ୱର୍ଗତ କରଙ୍କ ଆଦର୍ଶ ପାଠାଗାର ଆୟୋଜିତ ଭଂଜ ଜୟନ୍ତୀ ରେ ତାଙ୍କ ଗରିମାମୟ ଉପସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। କବି ଶ୍ରୀ ରାଉତ ” ପଦ୍ମଶ୍ରୀ ରଜତ କର” କବିତା ପାଠ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ରାଧାକାନ୍ତ ମିଶ୍ର, ଜ୍ଞାନେନ୍ଦ୍ର କୁମାର ଦାଶ, ପ୍ରଦୀପ କୁମାର ପଟ୍ଟନାୟକ, ଡାକ୍ତର ବସନ୍ତ କୁମାର ଦାସ, ପ୍ରଫୁଲ୍ଲ କୁମାର ସାମଲ, ବୀଣାପାଣି ରଥ, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଭାତ କୁମାର ରାଉତ, ଟୁକୁଲା ପାଢୀ, ବିଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Prev Post
Next Post