oom

ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମୁନିନ୍ଦା ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓରଫ ଗାନ୍ଧୀ ବାବୁ (୭୩)ଙ୍କ ଶୁକ୍ରବାର ରାତ୍ର ୩ଟା ୫୦ ସମୟରେ ପରଲୋକ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେଲା ଶ୍ୱାସ ଜନିତ ରୋଗରେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିଲେ । ସେହିଠାରେ ତାଙ୍କର ଦେହାନ୍ତ ଘଟିଥିଲା । ସକାଳ ୬ଟାରେ ମୁନିନ୍ଦା ଗ୍ରାମକୁ ଅଣାଯାଇ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ । କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ଗଠନରେ ତାଙ୍କ ପ୍ରମୁଖ ଭୂମିକା ଥିବାରୁୁ ବିଦ୍ୟାଳୟ ପରିସରରେ ଉପସ୍ଥତି ଛାତ୍ରଛାତ୍ରୀ ସମେତ ବିଦ୍ୟାଳୟର ପ୍ରତିଷ୍ଠତା ତଥା ଅଧ୍ୟାପକ ଶଶାଙ୍କ ଶେଖର ଚୁଡାମଣୀ, ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ଶିକ୍ଷକ ପ୍ରବୀର ମହାପାତ୍ର, ମିହିର କୁମାର ପରିଡା, ରମେଶ ଚନ୍ଦ୍ର ପରିଡା, ବୈଜୟନ୍ତୀମାଳା ହରିଚନ୍ଦନ, ସୂୂର୍ୟ୍ୟନାରାୟଣ ଜେନା, ଅଜିତ ରାୟ, ପ୍ରାକ୍ତନ ଛାତ୍ର ସଂସଦ ସଭାପତି ତ୍ରିନାଥ ପରିଡା ସମେତ ଶିକ୍ଷା କର୍ମଚାରୀ ଶୁଶିଲ ମୁକୁଟମଣି, ଭ୍ରମରବର ପ୍ରଧାନ, ଶୁକାନ୍ତ ବିଶ୍ୱାଳ ଓ ବିଚିତ୍ରାନନ୍ଦ ଦଳାଇ ପ୍ରମୁଖ ଦିବ୍ୟଙ୍ଗତ ଆତ୍ମର ସଦଗତି କାମନା କରି ଶୋକ ପାଳନ ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ୮୦ ଦଶକରେ ମୁନିନ୍ଦାଠାରେ ଏକ ସିଟି ସ୍କଲ ପ୍ରତିଷ୍ଠା କରି ଆମ ଅଚଂଳ ତଥା ଓଡିଶାର ବହୁ ପଲା କୃତକାର୍ୟ୍ୟ ହୋଇ ବିଭିନ୍ନ ବିଦ୍ୟାଳୟରେ ଅବସ୍ଥାପିତ ହୋଇଛନ୍ତି । ଏଥିସହ ଭୂମିହୀନ ଆଦିବାସୀଙ୍କ ପାଇଁ ଲଢେଇ କରି ପଟ୍ଟା ପ୍ରଦାନ କରି ଅବସ୍ଥାପିତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ତାଙ୍କର ଅକାଳ ବିୟୋଗ ସମଗ୍ର ଅଚଂଳରେ ଶୋକର ଛାୟା ଖେଳି ଯାଇଥିଲା । ସେ ଜଣେ ସମାଜସେବୀ, ଧର୍ମପରାୟଣ, ମେଳାପି, ପରୋପକାରୀ ମଣିଷ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବହୁ ଲୋକ, ବନ୍ଧୁବର୍ଗ, ଗ୍ର୍ରାମବାସୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ମୁନିନ୍ଦା ସ୍ଥିତ ବାସଭବନରେ ସମବେତ ହୋଇ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଛି । ତାଙ୍କର ପୁତୁରା ସୁଧାଶୁଂ ଭୁଷଣ ପ୍ରଧାନ ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.