ତପୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଲିଉଡ୍‌ର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରି ନିଜ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତପୁଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ସୁମଧୁର ସ୍ୱର ମାଧ୍ୟମରେ ଖୁବ କମ ସମୟରେ ଓଡ଼ିଆଙ୍କ ଘରେ ଘରେ ପରିଚିତ ହୋଇପାରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତ ଜଣେ ପ୍ରତିଭାସମ୍ପନ୍ନ ଗାୟିକାଙ୍କୁ ହରାଇଲା ।

Leave A Reply

Your email address will not be published.