ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ଦୁଇଦିନ ସିମସିଏ ଶିବିର ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ପାଇକମାଲ, ଝାରବନ୍ଧ, ପଦ୍ମପୁର ଓ ଗାଇସିଲେଟ ବ୍ଲକର ୧୯୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ଝାରବନ୍ଧ ବିଇଓ ଶୁଭମ୍ କୁମାର ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମ୍ବିଧାନିକ ମୂଲ୍ୟବୋଧ ସହିତ ଛାତ୍ର ମାନଙ୍କୁ ପରିଚିତ କରାଇ ସୁନାଗରିକ ଭାବେ ଗଢ଼ିବା ପାଇଁ ଆହ୍ଵାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ କମାଣ୍ଡର ନରେନ୍ଦ୍ର କୁମାର ଓ ସବିତା ଏସ୍ ମଞ୍ଚାସୀନ ଥିଲେ । ପ୍ରଶିକ୍ଷାର୍ଥି ମାନଙ୍କୁ ସାଧନ କର୍ମୀ ରାଜେନ୍ଦ୍ର ସାହୁ, ଥବିର ସିକା ଓ ତ୍ରିଲୋଚନ ନାୟକ ସିମସିଏ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି । ଆଶିଷ ଚାନ୍ଦ ଓ ବିଜୟ କୁମାର ବିଶି ଶିବିର ପରିଚାଳନା କରୁଛନ୍ତି ଜ୍ୟୋତିର୍ମୟୀ ପଟ୍ଟନାୟକ, ବବିତା ବେହେରା, ସୁଦାମ ପାଣ୍ଡେ, ରଜତ କୁମାର ସାହୁ, ଅମିତ୍ ସାହୁ, ମଧୁସ୍ମିତା ମେହେର ପ୍ରମୁଖ ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।