ମାଛ ମାର୍କେଟ ଛକରୁ ମିଳିଲା ଶ୍ରମିକଙ୍କ ଶବ

ସୁନ୍ଦରଗଡ : ମାଛ ମାର୍କେଟରୁ ଶ୍ରମିକଙ୍କ ଶବ ମିଳିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ସୁନ୍ଦରଗଡ ଟାଉନ ଥାନା ପାଖରେ ଥିବା ମାଛ ମାର୍କେଟରୁ ଅଜଣା ବ୍ୟକ୍ତିଙ୍କ ଶବ ଠାବ କରିଛି ପୁଲିସ । ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ପୁଲିସ ନିକଟସ୍ଥ ଲୋକମାନଙ୍କୁ ପଚରା ଉଚୁରା କରିବାରୁ ଜଣାପଡିଛି ଯେ ବ୍ୟକ୍ତିର ନାମ ସୁବା । ସେ ରାଉରକେଲାରୁ ଆସି ସୁନ୍ଦରଗଡରେ ଶ୍ରମିକ ଭାବେ ଦୀର୍ଘ ଦିନରୁ କାମ କରି ନିଜର ପେଟ ପୋଷୁଥିଲେ ।

Leave A Reply

Your email address will not be published.