
ନୂଆଦିଲ୍ଲୀ : ପହଲଗାମ ପ୍ରତିଶୋଧ ଅପରେସନ ସିନ୍ଦୂର । ଲୁହ-ଲହୁର ହିସାବ ନେଇଛି ଭାରତ । ରକ୍ତର ହୋଲି ଖେଳି ନୀରିହ ଜୀବନ ନେଇ ୨୬ଜଣଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ୍ ଗଣହତ୍ୟାର ବଦଲା ନେଇଛି ଭାରତ । ପାକିସ୍ତାନର ୯ଟି ସ୍ଥାନରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛି ଦେଖାିଇଛି କରାମତି । ଥରି ଉଠିଛି ପାକ୍ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନର କେତେକ ଅଞ୍ଚଳ । ୯୦ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ପଛରେ ଥିଲା ସେନା-ନୌସେନା, ବାୟୁସେନାର ବଡ ହାତ । RAW ଟାର୍ଗେଟକୁ ପରିଣାଣ ଦେଇଥିଲା ଭାରତୀୟ ବାୟୁସେନା । ଏଥିସହ, କାର୍ଯ୍ୟଶନୁଷ୍ଠାନ ବାବଦରେ ବିଶ୍ୱକୁ ଅବଗତ କଲା ଭାରତ । ଏଥିସହ ଅପରେସନ ସିନ୍ଦୂରରେ ସାମିଲ ଥିଲେ ତିନି ସେନା । ଆର୍ମି, ଏୟାରଫୋର୍ସ ଓ ନାଭିର ମିଳିତ ଅପରେସନ । ହମଲାରେ ଭାରତର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଛି । ସବୁ ଟାର୍ଗେଟରେ ଲୋକେସନ ଗୁଇନ୍ଦା ସଂସ୍ଥା ଦ୍ୱପାରା ସ୍ପଷ୍ଟ କରାଯାଇଥିଲା । ଭାରତର ସବୁ ଯବାନ ସୁରକ୍ଷିତ ଥିବା ସୁଚନା ଦିଆଯାଇଛି । ସମସ୍ତ ଏୟାରଷ୍ଟ୍ରାଇକ କରିଛି ଭାରତ । ଭାରତର ଷ୍ଟ୍ରାଇକ ନେଇ ମାନିଛି ପାକିସ୍ତାନ, ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଅପେରସନ ସିନ୍ଦୂର ଆରମ୍ଭ କରାଯାଇଛି । ପାକିସ୍ତାନରେ ୪ ଓ pokରେ ୫ଟି ଆତଙ୍କୀ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ମୁଜାଫରବାଦରେ ଦୁଇଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରାଯାଇଛି । ପ୍ରତିବଦଳରେ ପାକିସ୍ତାନ ଜବାବ ଦେବ ନେଇ ସୁଚନା ମଧ୍ୟ ଦେଇଛି , ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରିଛି ଭାରତ ବର୍ତ୍ତମାନର ପ୍ରାଥମିକ ସୁଚନା ଆତଙ୍କୀ ଏବେ ସୁଦ୍ଧା ୯୦ ଜଣ ନିପାତ ହୋଇଛନ୍ତି । ପହଲଗାମ ନରସଂହାର ବଦଲା ନେଲା ଭାରତ । ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡାଣ ବନ୍ଦ କରାଯାଇଛି ।