
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ଅରବିନ୍ଦ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସନସାଇନ ହସପିଟାଲ୍ ତରଫରୁ ଏହି ସେବା ଯୋଗାଇ ଦିଆଯାଇଥିଲା । ହସପିଟାଲର କାର୍ଡିଓଲୋଜି ଡାକ୍ତର ଦିବ୍ୟସୁନ୍ଦର ମହାନ୍ତ, ନ୍ୟୁରୋ ସର୍ଜରୀ ଡାକ୍ତର ଆତ୍ମରଂଜନ ଦାସ, ଗ୍ୟାସ୍ଟୋଏଣ୍ଟଲୋଜି ଡାକ୍ତର ଶକ୍ତିପ୍ରସାଦ ଚୌଧୁରୀ ଓ ମେଡିସିନ୍ ବିଭାଗର ଡାକ୍ତର ରାକେଶ କୁମାର ମହାନ୍ତି ଏହି ସେବା ଯୋଗାଇ ଦେଇଥିଲେ । ପ୍ରାୟ ୧୨୦ ଜଣ ବରିଷ୍ଠ ନାଗରିକ ନିଜର ସ୍ନାୟୁଗତ ରୋଗ, ପେଟ ଜନିତ ଗ୍ୟାସ ରୋଗ, ହୃଦୟଗତ ରୋଗ ଓ ସାଧାରଣ ଔଷଧ ସଂପର୍କରେ ଆଲୋଚନା ସହ ଚିକିତ୍ସା ପାଇଥିଲେ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିଃଶୁଳ୍କ ଔଷଧ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନସାଇନ ହସପିଟାଲ୍ ତରଫରୁ ସନ୍ଦିପ ପୃଷ୍ଟି, ସୁମିତ ମଙ୍ଗରାଜ, ଅକ୍ଷୟ ଦାସ, ମାନସ ରଂଜନ ଦାସ, ଦୀପକ ସ୍ୱାଇଁ, ରଂଜନ ମେହେର ଓ ଅବସରପ୍ରାପ୍ତ ସଂଘ ତରଫରୁ ଧନଞ୍ଜୟ ଦାସ, କିଶୋର ଚନ୍ଦ୍ର ନନ୍ଦ, ସୁବାସ ଦାସ, ଶତୃଘ୍ନ ଜେନା, ପ୍ରେମାନନ୍ଦ ସାମଲ, କେ ବି ମହାପାତ୍ର, ସୁରେନ୍ଦ୍ର ରାଉତ, ପି କେ ସିଂହ, ଏସ୍ଏନ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।