om academy

ଅପରେସନ୍‌ ପାଇଁ ସହଯୋଗର ହାତ ବଢାଇଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ହରିଶଙ୍କର ଗ୍ରାମର ଚାନ୍ଦିନୀ ପ୍ରଧାନୀ ଯାହାର ବୟସ ୮ ବର୍ଷ ଅଟେ । ମଳ ଦ୍ୱାରରେ ଅସୁବିଧା ଥିବାରୁ ସେ ପେଟ ପଟୁ ତିଆରି କରାହୋଇଥିବା ରାସ୍ତା ଦେଇ ମଳତ୍ୟାଗ କରିଥାଏ । ତାର ଚିକତ୍ସା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ କିଛି ସୁଫଳ ମିଳିନଥିଲା । ଖପ୍ରାଖୋଲ ଡାକ୍ତରୀ ଟିମ୍‌ ଏବଂ ବଲାଙ୍ଗିର ସିଡିଏମଓଙ୍କ ଚେଷ୍ଟା ଦ୍ୱାରା ତାଙ୍କୁ ଅପରେସନ ପାଇଁ ଶିଶୁଭବନ କଟକକୁ ନିଆଯାଇଥିଲା । ସେଠାରେ ସେମାନେ ଦୀର୍ଘ ୨୨ ଦିନ ରହିବା ପରେ ନିରାଶ ହୋଇ ଫେରିଆସିଛନ୍ତି । ତାଙ୍କୁ ସେଠାରେ ଡାକ୍ତର ମାନେ ଦୁର୍ବ୍ୟବହାର କରି ଥିବା କଥା ରୋଗୀଙ୍କ ମା’ ପ୍ରକାଶ କରିଥିଲେ । ଏପରିକି ସେଠାରେ ଏମାନଙ୍କୁ ନାନା ପ୍ରକାରର ଭୟ ଦେଖାଇ ଘରକୁ ପଠେଇ ଦେଇଥିବା କଥା ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଏହି ଖବର ପାଇ ଖପ୍ରାଖୋଲ ଡାକ୍ତରୀ ଦଳ ସହିତ ସେବା ଚେରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ତାଙ୍କ ଘରକୁ ଯାଇଥିଲେ । ଅଳ୍ପ ଦିନ ଭିତରେ ପ୍ରଶାସନ ତରଫରୁ ତାଙ୍କୁ ପୁଣି ଥରେ ଶିଶୁଭବନକୁ ପଠାଯିବ ଏବଂ ସେବା ଚେରି ଟେବୁଲ୍ ଟ୍ରଷ୍ଟର ସଦସ୍ୟ ମଧ୍ୟ ତାଙ୍କ ସହିତ ଯାଇ ତାଙ୍କର ଅପରେସନ କରାଇବା ପାଇଁ ପଦକ୍ଷେପ ନେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.