jayashree

ଅସହାୟ ମୃତକ କଲ୍ୟାଣର ପରିବାରକୁ ସହଯୋଗର ହାତ ବଢ଼େଇଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ୮ତାରିଖରେ ଅସମୟରେ ମୃତ୍ୟୁ ବରଣ କରିଥିଲେ ଅସହାୟ କଲ୍ୟାଣ ସୋନି । ମୃତକ କଲ୍ୟାଣର ପରିବାର କହିଲେ ସ୍ତ୍ରୀ ସୀତା ସୋନି, ଝିଅ ଲକ୍ଷ୍ମୀ ସୋନି(୧୪), ସୁମନ୍ତ ରାଜ ସୋନି(୧୨), ଉର୍ମିଳା ସୋନି (୧୦) ଏବଂ ଶିବ ନାରାୟଣ ସୋନି (୮) । ଆଜି ପର୍ଯ୍ୟନ୍ତ ମୃତକ କଲ୍ୟାଣର ପରିବାରକୁ ସରକାରଙ୍କ ଜନ କଲ୍ୟାଣ ଯୋଜନାରେ ସାମିଲ ନକରିବା ଦୁଃଖର ବିଷୟ । ଅନ୍ୟ ଜାତିରୁ ବାହା ହେଇଥିବାରୁ ଅଭିଶପ୍ତ ଏ ପରିବାର । କଲ୍ୟାଣ ମରିଗଲା ସମୟରେ ପାଖକୁ କେହି ଆସିଲେନି ପାଖ ଲୋକ, ସମ୍ପର୍କୀୟ ଲୋକ । ଶେଷରେ ଗ୍ରାମର କେତେଜଣ ସ୍ୱଚ୍ଛସେବୀଙ୍କ ଉଦ୍ୟମରେ ଶଗଡ଼ରେ ବୁହା ହେଲା ମୃତକ କଲ୍ୟାଣର ଶବ । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସାମାଜିକ ଅନୁଷ୍ଠାନ ସେବା ଚେରିଟେବୁଲ ଟ୍ରଷ୍ଟ ଖବର ପାଇ ଗାଁକୁ ଯାଇ ଶବ ସତ୍କାର କରିବାରେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥିବା ବେଳେ ଆଜି ସେବା ଚେରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ମୃତକର ପରିବାରକୁ ଭେଟି ସମବେଦନା ଜଣେଇବା ସହ ନିୟମ ଅନୁଯାୟୀ ସରକାରୀ ଯୋଜନାରେ ସାମିଲ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ଆସନ୍ତା ମଙ୍ଗଳବାର ଦିନ ସୁଦ୍ଧାକ୍ରିୟା ଥିବାରୁ ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସେବା ଚେରିଟେବୁଲ ଟ୍ରଷ୍ଟର ସଭାପତି ସୁନୀଲ ସିଂଙ୍କ ନେତୃତ୍ୱରେ ଉପସଭାପତି ଗିରିରାଜ ଭୋଇ, ସେବୀକା ରାଜହଂସ, ମରୁଆଁ ସରପଞ୍ଚ ସନ୍ତୋସିନୀ ବିଶି, ରୋଳିନୀ ଦାସ, ଘନଶ୍ୟାମ ପଧାନ, ବନମାଳୀ ନାଏକ, ରୀଙ୍କୁ ନାଗ, କୁଡୁ ଶବର, ସଂଗ୍ରାମ ବାହୁକ, ଭକ୍ତ ଥପା, ତରଣୀ ବନଗୁଲା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ମହତ କାର୍ଯ୍ୟକ୍ରମକୁ ଅଂଚଳରେ ବେଶ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.