ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାମଚନ୍ଦ୍ରପୁରରେ ଆୟୁଷ୍ମାନ ଭବଃ ତଥା ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଭବଃ ଅଭିଯାନ ଅବସରରେ ସ୍ଵାସ୍ଥ୍ୟ ମେଳା, ଆୟୁଷ୍ମାନ ସଭା, ରକ୍ତଦାନ ଓ ଅଙ୍ଗଦାନ ପାଇଁ ଶପଥ ପାଠ, ରକ୍ତଦାନ ଶିବିର ତଥା ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଯାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା । ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ କିଭଳି ତାର ଲାଭ ଉଠାଇ ପାରିବେ ଦିଗଦର୍ଶନ ଦେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମ ଅଧିନରେ ଆମ-ଓଡିଶା ଏବଂ ବ୍ଲକ କଳାକାର ସଂଘ ସହଭାଗିତାରେ ତଥା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ରକ୍ତଭଣ୍ଡାରର ମିଳିତ ପ୍ରୟାସ ବଳରେ ୩୩ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା । ଅନେକ ସ୍ଵେଚ୍ଛାସେବୀଙ୍କ ସହ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀମାନେ ମଧ୍ୟ ରକ୍ତଦାନ କରି ସମାଜକୁ ଗଠନମୂଳକ ବାର୍ତ୍ତା ଦେଇଥିଲେ । ପ୍ରାୟ ୧୦୦ ଜଣରୁ ଅଧିକ ରୋଗୀ ଏହି ମେଳା ମାଧ୍ୟମରେ ଚିକିତ୍ସା ସେବା ପାଇବା ସହ ଅଣସଂକ୍ରାମକ ରୋଗମାନଙ୍କ ପରୀକ୍ଷଣ କରାଇଥିଲେ ତଥା ଏସବୁରୁ ରକ୍ଷା ପାଇବାର ଉପାୟମାନଙ୍କ ବିଷୟରେ ଜାଣିଥିଲେ । ବର୍ତ୍ତମାନ ସମୟରେ ବ୍ୟାପୁଥିବା ସ୍କ୍ରବ ଟାଏପସ୍‌ ଏବଂ ମ୍ୟାଲେରିଆ ବିଷୟରେ ଲୋକଙ୍କୁ ଅଧିକ ସ‌ଚେତନ କରାଯାଇଥିଲା ।

Leave A Reply

Your email address will not be published.